ଭଞ୍ଜନଗର ପ୍ରେସ କ୍ଲବ ରେ ସାଧାରଣତନ୍ତ୍ର ଦିବସ ପାଳନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମଙ୍ଗଳବାର ଦିନ ଭଞ୍ଜନଗର ପ୍ରେସ କ୍ଲବର କାର୍ଯ୍ୟାଳୟ ଠାରେ ପ୍ରେସ କ୍ଲବ ତରଫରୁ ୭୨ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇ ଯାଇଛି ।ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଲୋକନାଥ କର ଜାତୀୟ ପତାକା ଉତ୍ତୋଳନ କରିବା ପରେ ଉପସ୍ଥିତ ସମସ୍ତେ ଏକ ସ୍ୱରରେ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତା ଓ ଦେଶର ବରପୁତ୍ର ମାନଙ୍କର ଜୟ ଗାନ କରିଥିଲେ। ଏହି ଅବସରରେ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଭାରତର ପ୍ରତ୍ୟେକ ନାଗରିକ ଯତ୍ନବାନ ହେବା ସହ ଦେଶ ମାତୃକା ପାଇଁ ଥିବା ଦାୟିତ୍ୱବୋଧ ନିର୍ବାହ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। କାଯ୍ୟକ୍ରମରେ ପ୍ରେସକ୍ଲବ ସଭାପତି ଲୋକନାଥ କର ଙ୍କ ସମେତ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଚୱାଡା, ପ୍ରେମଜିତ ପଟ୍ଟନାୟକ, ରବୀନ୍ଦ୍ର ପାତ୍ର, ରବୀନ୍ଦ୍ର ପ୍ରଧାନ,ପ୍ରଦୀପ ସ୍ୱାଇଁ ,ଜୟକୃଷ୍ଣ ପଟ୍ଟନାୟକ,ରଞ୍ଜନ ସ୍ୱାଇଁ, ବିଶ୍ବମ୍ବର ଜେନା,ମନୋଜ କୁମାର ଗୌଡ଼,ସନ୍ତୋଷ କୁମାର ଜେନା, ନିଲୁ ବିଷୋୟୀ, ଆଶିଷ କୁମାର ଗୌଡ଼,ଭବାନୀ ପାଳ,ପୁରୁଷୋତ୍ତମ ମହାପାତ୍ର, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ