ବିଧାୟକଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିବସ ପାଳନ ଅବସରରେ ରବିବାର ପୂର୍ବାହ୍ନରେ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ,ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା,ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଆସନ୍ତା ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ସାରା ରାଜ୍ୟରେ ପାଳନ କରାଯାଉଥିବା ବେଳେ କେନ୍ଦ୍ରାପଡାରେ କିଭଳି ସୁରୁଖୁରରେ ପାଳିତ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେହିଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ରକ୍ତଦାନ ଶିବିରରେ ରାଜ୍ୟ ସ୍ତରରୁ ପ୍ରଦାନ କରାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରକ୍ତ ସଂଗ୍ରହ କରାଯିବା ନିମନ୍ତେ ଉପସ୍ଥିତ ଜିଲ୍ଲାର ବିଜୁ ଯୁବ ବାହିନୀ ସଦସ୍ୟ,ଯୁବ ବିଜେଡି,ଛାତ୍ର ବିଜେଡି,ମହିଳା ବିଜେଡିର ନେତୃମଣ୍ଡଳି ଓ ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ ବିଧାୟକ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ଲକ୍ଷ୍ମଣ କୁମାର ମଲ୍ଲିକ, ପୈାରାଚଂଳ ବିଜୁ ଯୁବ ବାହିନୀ ସଂଯୋଜକ ଦିପ୍ତିମୟୀ ସେନାପତି, ଯୁବନେତା ପ୍ରମୋଦ ପ୍ରଧାନ, ଛାତ୍ରନେତା ଚିତ୍ତରଞ୍ଜନ ଦାସ, ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା, ଶକ୍ତିକାନ୍ତ ପାତ୍ର, ମହମ୍ମଦ ନିଆଜ(ମତୁ), ରଞ୍ଜନ ସାହୁ, ବାରେଣୀ ସେଠୀ, ରାଜଶ୍ରୀ ଦାସ, ଦେବଦାସ ମହାନ୍ତି, ତ୍ରିଲୋଚନ ଦାସ, ହିରଣ୍ୟ ପଣ୍ଡା, ରଞ୍ଜିତ ସାହୁ, ଆଲୋକ ସାହୁ, ଶିବ ପ୍ରସାଦ ଭୋଳ, ବିଜୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ