କୁମାରପୁର୍ଣ୍ଣିମାରେ ଜମିଲା ଆମିଷ ବେପାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସୋମବାର ଠାରୁ ଆରମ୍ଭ ହୋଇଛି ପୁଣ୍ୟ ଅର୍ଜନର ମାସ କାର୍ତିକ । ଏହି ମାସରେ ଅଧିକାଂଶ ଆଧ୍ୟାତ୍ମିକ ପ୍ରେମୀ ତଥା ହିନ୍ଦୁଧର୍ମାବଲମ୍ବୀ ଆମିଷ ଭୋଜନକୁ ବର୍ଜନ କରିଥାନ୍ତି । ରବିବାର ଆଶ୍ୱିନ ମାସର ଶେଷ ଦିନ ହୋଇଥିବାରୁ ହିଂଜିଳିକାଟୁ ବଜାରରେ ଆମିଷ ବେପାର ଜୋର ଧରିଥିଲା । କୁମାରପୁର୍ଣ୍ଣିମା ତିଥିର ଦିନକ ପରେ ଆରମ୍ଭ ହେବ ପବିତ୍ର କାର୍ତିକ ମାସ । କାର୍ତିକ ମାସ ସାରା ସାତ୍ୱିକ ଭୋଜନରେ ସନ୍ତୁଷ୍ଟି ରହିବାକୁ ହେବ । ଏଥି ସକାଶେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ମାଛ, ମାଂସ ଓ ଚିକେନ୍ ଦୋକାନ ଗୁଡ଼ିକରେ ରବିବାର ସକାଳ ଠାରୁ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । କେବଳ ହିଂଜିଳିକାଟୁ ପୌରାଂଚଳ ଅସ୍ଥାୟୀ ଆମିଷ ବଜାରରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବେପାର ହୋଇଥିବା ଜଣାପଡ଼ିଛି । ହିଂଜିଳିକାଟୁ ପୌରାଂଚଳଆରଏମସି ପରିସରରେ ଥିବା ଅସ୍ଥାୟୀ ଆମିଷ ବଜାର ରକ୍ତରଂଜିତ ହେବା ସହ ଛେଳି ପୁଟା, କୁକୁଡ଼ା ପର ଓ ମାଛ କାତିରେ ଭର୍ତି ହୋଇପଡ଼ିଛି । ସଂପୃକ୍ତ ପରିବେଷ ପୂତି ଗନ୍ଧମୟ ହେବା ସହ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣ ନାକରେ ରୁମାଲ ଦେଇ ଯାତାୟତ କରୁଥିବାର ଦେଖିବାକୁ ମିଳୁଛି । ପୌର ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ