ହାଟଡିହିରେ ନୁତନ ମାର୍କେଟ କମ୍ପେଲକ୍ସ ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ପଞ୍ଚାୟତର ତେଲୁକା ହାଟ ଠାରେ ନୁତନକରି ନିର୍ମାଣ କରାଯାଇଥବବା ମାର୍କେଟ କମ୍ପେ୍ଲକ୍ସ ଉଦଘାଟିତ ହୋଇଯାଇଛି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଊହି ଉଦଘାଟନ ଉତ୍ସବରେ ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ, ସମାଜସେବୀ କଳ୍ପତରୁ ସେଠୀ, ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, ଗୌରାଙ୍ଗ ରଣା, କାମପାଳ ନାୟକ ପ୍ରମୁଖ ଯୋଗଦେଇଥିବାବେଳେ ନାଏବ ସରପଞ୍ଚ ମଧୁସୁଦନ ଘଡେଇ, ନିର୍ବାହୀ ଅଧିକାରୀ ଶରତ କୁମାର ବେଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ସେଠୀ ଲୋକମାନଙ୍କର ଅଭିଯୋଗ ମାନ ଶୁଣି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ହାଟରେ ପୁର୍ବରୁ ମାର୍କେଟ କମ୍ପେ୍ଲକ୍ସ ନଥିବାବେଳେ ଏହି କମ୍ପେ୍ଲକ୍ସ ନିର୍ମାଣ ଦ୍ୱାରା ଏଠାକାର ବ୍ୟବସାୟୀମାନେ ଉପକୃତ ହୋଇପାରିବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ