ସେଣ୍ଟ ଜାଭିୟର ହାଇସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଚଣ୍ଡୀବିରଞ୍ଚିପୁର ଠାରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନରେନ୍ଦ୍ର ନାଥ କର ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସାରା ବିଶ୍ୱ ଦରବାରରେ ଭାରତ କିପରି ବିଶ୍ୱସନୀୟ ଦେଶ ଓ ଭାରତୀୟ ମାନେ ବିଶ୍ୱସନୀୟ ଜାତିରେ ନିଜକୁ ଉପସ୍ଥାପିତ କରିପାରିଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ । ଅତିଥି ଗୋପବନ୍ଧୁ ସୁଆର, ମହେନ୍ଦ୍ର କୁମାର ପଳତା, ବିଦ୍ୟାଳୟର ସଭାପତି ଉଦୟନାଥ କର, ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ଶୃଙ୍ଖଳା, ସାହାସ ଓ କର୍ତ୍ତବ୍ୟନିଷ୍ଠ ଦ୍ୱାରା କିପରି ସୁସ୍ଥ ସମାଜ ଗଠନ ହୋଇପାରିବ ତାହା ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜାତୀୟ ସଂଗୀତ ଗାନ କରାଯିବା ସହିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଜୟଧ୍ୱନୀ କରାଯାଇଥିଲା । ୨୦୧୯/୨୦ କୋଭିଡ-୧୯ର କରୁଣ କରାଳରୁପ ଶିକ୍ଷା ବ୍ୟବସ୍ଥାକୁ କିପରି ଧ୍ୱସଂ ବିଧ୍ୱସଂ କରିଦେଇଛି ଏବଂ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ଅନୁପସ୍ଥିତି, ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ପରିଚାଳନା ଗୋଷ୍ଠୀକୁ କିପରି ମର୍ମାହତ କରିଛି ତାହା ଉପରେ ବିଦ୍ୟାଳୟର ସଭାପତି ଉଦୟନାଥ କର ମତବ୍ୟକ୍ତ କରିଥିଲେ । ଏହାର ଆଶୁ ସମାଧାନ ନିମନ୍ତେ ବିଭିନ୍ନ ନୀତିନିୟମକୁ ଅନୁସରଣ କରି ଶିକ୍ଷକ ସମାଜ କିପରି ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ କରିବ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ପରିଶେଷରେ ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସାହାସ, ସଂଜମ ଦ୍ୱାରା କିପରି ନିଜର ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ । ଏôତରେ ଚିତ୍ତରଞ୍ଜନ ନାୟକ, ନିରଞ୍ଜନ ସାହୁ, ପ୍ରଦୀପ କୁମାର ଜେନା, ସୁଦୀପ୍ତ ଦାସ, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ବାରିକ, ବିଜୟ କୁମାର ପହି, ବ୍ରହ୍ମାନନ୍ଦ ମଲ୍ଲିକ, ତନୁଶ୍ରୀ ତନୟା ପହି, ଶଶ୍ୱତୀ ପଳତା, ସୁଚିତ୍ରା ଦାଶ, ସୁଚିସ୍ମିତା ବାରିକ, ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ଉର୍ମିଳା ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ