ବିଧାୟକଙ୍କ ଦ୍ୱାରା ଫ୍ଲାଏଆସ ଇଟା କାରଖାନା ଉଦଘାଟିତ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସୁନ୍ଦରାପାଳ ଛକ ଠାରେ ମା ଗଡଚଣ୍ଡୀ ଫ୍ଲାଏଆସ ଇଟା କାରଖାନାକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବର୍ତ୍ତମାନ ମାଟି ଇଟାର ବ୍ୟବହାରକୁ ରୋକିବା ପାଇଁ ଏହି ଫ୍ଲାଏଆସ ଇଟା ଅତ୍ୟନ୍ତ ଜରୁରୀ । ତେଣୁ ଗ୍ରାମାଞ୍ଚଳରେ କୋଠାବାଡି ନିର୍ମାଣ କ୍ଷେତ୍ରରେ ଏହାର ଉପଯୋଗର ଆବଶ୍ୟକତା ଥିବାରୁ ସମସ୍ତେ ଏହାକୁ ବ୍ୟବହାର କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ବାଳକୃଷ୍ଣ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ପ୍ରାଣବଲ୍ଲବ ମଲ୍ଲିକ, ବିଜୟ କୁମାର ରାଉତ, ଅଲେଖ ଚନ୍ଦ୍ର ମଲ୍ଲିକ, ବୈଦ୍ୟନାଥ ସାମଲ, ରବିନ୍ଦ୍ର କୁମାର ନାୟକ, ଦଣ୍ଡଧର ସାହୁ ପନ୍ଦାଡୋ ସରପଞ୍ଚ ଅନିରୁଦ୍ଧ ବେହେରା, ଜମ୍ଭୀରା ପଞ୍ଚାୟତର ସମିତିସଭ୍ୟ ପ୍ରଭାତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବାବେଳେ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ସାହୁ, ପ୍ରତାପ ଦେଓ, ସୁଧାକର ଓଝା, ଜିଲ୍ଲାପରିଷଦ ପ୍ରଣତୀ ଦେଓ, ଅକ୍ଷୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।ଚଣ୍ଡି ପ୍ରସାଦ ରାଉତ, ପଦ୍ମଲୋଚନ ରାଉତ, ପ୍ରଶାନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ