କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ କେଶ ଫଇସଲା ପରେବି ପଟ୍ଟା ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ ମାମଲାର ଫଇସଲା ପରେବି ପଟ୍ଟା ମିଳୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ତହସିଲର ଗରାପୁର ଗ୍ରାମର ଗୋପିନାଥ ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶଶୁରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସୀତା ଦାସ ଏବଂ ତାଙ୍କ ପତ୍ନୀଙ୍କ ଭଉଣୀ ଲଳିତା ଓ କବିତା କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ କେଶ ନମ୍ବର – ୭୬୭/ ୨୦୧୬ ଏବଂ ୩୭୯୧/୨୦୧୬ରେ ଦରଖାସ୍ତ କରିଥିଲେ । ଏହି ମାମଲାର ବିଚାର ଶେଷ ହୋଇ ଫଇସଲା ହୋଇଯିବା ପରେବି ସେମାନଙ୍କ ପଟ୍ଟା ପ୍ରଦାନ କରାଯାଉନଥିବା ଗୋପିନାଥ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେବି ଏପର୍ଯ୍ୟନ୍ତ ତାଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ତେଣୁ ଏହି ମାମଲାରେ ତୁରନ୍ତ ପଟ୍ଟା ପ୍ରଦାନ କରାଯିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଜିଲ୍ଲାପାଳ କେନ୍ଦ୍ରାପଡା ତହସିଲଦାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ