କୁଆଁରୀ କନ୍ୟା ଗୋଡ଼ରେ କଳାସୂତା ବାନ୍ଧିବାର ରହସ୍ୟ

କଳାସୂତା ଗୋଡ଼ରେ ବାନ୍ଧିବା ପଛରେ ରହିଛି ଜ୍ୟୋତିଷ ଏବଂ ବୈଜ୍ଞାନିକ କାରଣ । କଳା ସୂତା ବାନ୍ଧିବା ପାଇଁ ବହୁତ କାରଣ ଅଛି । କିନ୍ତୁ ଆପଣ କେବେ ଭାବିଛନ୍ତି ଝିଅମାନେ କ’ଣ ପାଇଁ କଳାସୂତା ଗୋଡ଼ରେ ବାନ୍ଧନ୍ତି । ଆପଣ ନିଶ୍ଚୟ ଦେଖିଥିବେ ଯେ ଝିଅମାନେ ନିଜ ଗୋଡ଼ରେ କଳାସୂତା ବାନ୍ଧିଥାନ୍ତି । କଳାସୂତାକୁ ଗୋଡ଼ରେ ବାନ୍ଧିବା ପଛରେ ଜ୍ୟୋତିଷ ଏବଂ ବୈଜ୍ଞାନିକ କାରଣ ରହିଛି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଆସନ୍ତୁ ଜାଣିବା କାହିଁକି କୁଆଁରୀ କନ୍ୟା ପାଦରେ ବାନ୍ଧନ୍ତି କଳାସୂତା ।
କୁହାଯାଏ ଯେ, ଏହି କଳାସୂତା ନିଜଠୁ ନକାରାତ୍ମକ ଜିନିଷକୁ ଦୂରେଇଥାଏ । କଳାସୂତା ବାନ୍ଧିଲେ ଖରାପ ସ୍ୱପ୍ନ ଆସେନାହିଁ । କୁଆଁରୀ କନ୍ୟା ନିଜକୁ ଖରାପ ନଜରରୁ ବଞ୍ଚେଇବା ପାଇଁ କଳାସୂତା ବାନ୍ଧନ୍ତି । ଏହା ଦ୍ୱାରା ଖରାପ ଦୃଷ୍ଟି ସେମାନଙ୍କ ଉପରେ ପଡ଼େନାହିଁ । ସେଥିପାଇଁ ଆଜିକାଲିର ଝିଅ ନିଜର ସୁନ୍ଦରତାକୁ କାହାର ନଜର ନ ଲାଗିବା ପାଇଁ ଏହାକୁ ପିନ୍ଧୁଛନ୍ତି । କିଛି ଝିଅ ନଜରରୁ ବଞ୍ଚିବା ପାଇଁ କଳା ସୂତା ବାନ୍ଧୁଛନ୍ତି । କିନ୍ତୁ ଏହା ଏକ ଫ୍ୟାଶନର କାରଣ ମଧ୍ୟ ଅଟେ । ଏହା ଆଜିକାଲି ଫ୍ୟାସନ ହେଲାଣି ଯାହାକୁ ଦେଖ ସିଏ ନିଜ ଗୋଡରେ କଳାସୂତା ବାନ୍ଧୁଛନ୍ତି । ଏମିତିକି ପୁଅମାନେ ମଧ୍ୟ ଏହାକୁ ପାଦରେ ବାନ୍ଧୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ