ମରିବାର ୨୦ ମିନିଟ୍ ପରେ ଜୀବିତ ହୋଇଗଲା ଯୁବକ
ମିଶିଗନ୍ରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ୨୦ ବର୍ଷର ଯୁବକ ମୃତ୍ୟୁକୁ ବି ହରାଇଦେଲେ । ରିପୋର୍ଟ ଅନୁଯାୟୀ, ମାଇକେଲ ପ୍ରୁଇଟଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା, ଯାହା ଦ୍ୱାରା ତାଙ୍କ ନିଶ୍ୱାସ ୨୦ ମିନିଟ୍ ପାଇଁ ବନ୍ଦ ହୋଇଯାଇଥିଲା । ଏହା ପରେ ଡାକ୍ତରମାନେ ମାଇକେଲ ପ୍ରୁଇଟଙ୍କୁ ବିଜୁଳିର ଝଟକା ଦେଇଥିଲେ, ଯାହା ଫଳରେ ସେ ପୁଣି ଜୀବିତ ହୋଇଯାଇଥିଲେ । ରିପୋର୍ଟ ଅନୁଯାଇ ଯୁବକଙ୍କୁ ବିଜୁଳି କରେଣ୍ଟ ଲାଗିଥିଲା । ଏହା ପରେ ତାଙ୍କର କିଛି ମନେନାହିଁ । ଏହା ପରେ ତାଙ୍କ ବାପା ଆମ୍ବୁଲାନ୍ସ ଡକାଇଲେ । ଆମ୍ବୁଲାନ୍ସ ଭିତରେ ମଧ୍ୟ ତାଙ୍କୁ କରେଣ୍ଟ ଝଟ୍କା ଦିଆଗଲା । କିନ୍ତୁ ସେ ଜୀବିତ ହେଲେନାହିଁ । ହସ୍ପିଟାଲର ଟ୍ରମା ଅଧିକାରୀମାନେ ସ୍ମିଥଙ୍କ ଅନୁଯାୟୀ, “ପୁନର୍ଜୀବିତ ହେବା ଆଗରୁ ୨୦ ମିନିଟ୍ ପାଇଁ ଯୁବକ ମୃତ ହୋଇଥିଲେ’ । ଯୁବକଙ୍କ ପୁନରୁତ୍ଥାନ ଚମକ୍ରାରୀ ଅଟେ । କାହିଁକିନା ମସ୍ତିସ୍କର ସେଲ୍ସ ୫ ମିନିଟ୍ରୁ ମଧ୍ୟ କମ୍ ସମୟରେ ଅକ୍ସିଜେନ୍ ନ ପାଇଲେ ଧୀରେ ଧୀରେ ମରିଯାଆନ୍ତି । କିନ୍ତୁ ଏହି ଯୁବକଙ୍କ ମୁଣ୍ଡ ସେଲ୍ସ ସଠିକ ଭାବରେ କାମ କରୁଥିଲା । ସିପିଆର୍ର ତକ୍ରାଳ ନିରନ୍ତର ଅପାତକାଳୀନ ପ୍ରକ୍ରିୟା ଯୁବକଙ୍କ ମୁଣ୍ଡରେ ଅକ୍ସିଜେନ୍ ଯୁକ୍ତ ରକ୍ତକୁ ସ୍ଥାନାନ୍ତରିତ କରିବାରେ ସାହାଯ୍ୟ କଲା । ଯୁବକଙ୍କ ଗୋଡ଼ ଆଙ୍ଗୁଠିକୁ ଭିତରୁ ପୋଡ଼ାଗଲା, କାହିଁକିନା ସେହି ସ୍ଥାନରୁ ଉଚ୍ଚ ଭୋଲଟେଜ୍ ବିଜୁଳି ବାହାରିଥିଲା ।


