ଅନ୍ତରଙ୍ଗ ଯୁବକ ସଂଘ ଆନୁକୂଲ୍ୟରେ ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାମାଞ୍ଚଳରେ ଯୁବ ସୁଲଭ ବିକାଶକୁ ପାଥେୟ କରି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିଆଙ୍ଗବାଲି ଗ୍ରାମ ପଞ୍ଚାୟତର ତରବାଡ଼ି ଗ୍ରାମରେ ଅନ୍ତରଙ୍ଗ ଯୁବକ ସଙ୍ଘ ତରଫରୁ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଦୀର୍ଘ ୧୩ ଦିନ ଧରି ଅତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପରେ ଆଜି  ଉଦଯାପିତ ହୋଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର  ୨୮ ଟି ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ଫାଇନାଲ ମ୍ୟାଚରେ ଶ୍ରାନିକେତା ଗ୍ରାମ ପଞ୍ଚାୟତରୁ  ସୁଗାନକେତା ଦଳ ଓ ସିଆଙ୍ଗବାଲି ଗ୍ରାମ ପଞ୍ଚାୟତରୁ ତରବାଡ଼ି ନିଜେ ଆୟୋଜକ ଦଳ ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ  ହୋଇଥିଲେ । ମ୍ୟାଚର ଫଳ ସ୍ୱରୂପ ସୁଗାନକେତା ଦଳ ନିଜର ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ତରବାଡ଼ି ଦଳକୁ ୧୦ ପଏଣ୍ଟ ବ୍ୟବଧାନରେ ବାଜିମାରି ବିଜୟ ଲାଭ କରି ବିଜେତା କପ ହାସଲ କରିବାରେ ଗୌରବାନିତ୍ୱ ମଣ୍ଡନ କରିଥିଲେ l  ଏଥିରେ ମୁଖ୍ୟ ଅତିଥି ଭାବେ ସିଆଙ୍ଗବାଲି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅନିମା ପ୍ରଧାନ ଯୋଗ ଦେଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ବିଜେଡି ସଭାପତି ରୂପକ କୁମାର ସାହୁ, ବିଧାୟକ ପ୍ରତିନିଧି ଜ୍ୟୋତିରାଜ ପ୍ରଧାନ ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ଖେଳ ଶୁଭାରମ୍ଭ କରାଯାଇଥିଲା । ଉଭୟ ଦଳର ଖେଳାଳି ଦର୍ଶକ ବନ୍ଧୁ ମାନଙ୍କୁ ନିଜର ଅନ୍ତର୍ନିହିତ ଗୁଣବଳୀକୁ ପ୍ରତିଫଳିତ କରି ଉତ୍ତମ ଖେଳ ପ୍ରଦର୍ଶନ ମାଧ୍ୟମରେ ମନଭରି ଉପଭଗ କରାଇଥିଲେ । ସର୍ବଶେଷରେ ଅନ୍ତରଙ୍ଗ ଯୁବକ ସଂଘର ସଭାପତି ସିବେନ୍ଦ୍ର ପ୍ରଧାନ ପୁରସ୍କାର ବିତରଣ ଉତ୍ସବକୁ ସମ୍ବର୍ଦ୍ଧିତ କରି ମୁଖ୍ୟ ଅତିଥିଙ୍କୁ ଖେଳାଳିମାନଙ୍କ ଉଦେଶ୍ୟ ରେ ଏକ ଅଭିଭାଷଣ ରଖିଥିଲେ ଏବଂ ସରପଞ୍ଚ ଶ୍ରୀ ପ୍ରଧାନ  ନିଜର ବକ୍ତବ୍ୟକୁ ଅତି ସଂକ୍ଷେପରେ ଖେଳାଳିଙ୍କୁ ଉତ୍ସାହିତ କରି କହିଥିଲେ ଯେ ଖେଳ ବନ୍ଧୁତାର ନିବିଡ଼ତା ସୃଷ୍ଠି କରିଥାଏ ବୋଲି ନିଜର ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଦାନ ସଂସ୍ଥା ତରଫରୁ ଅଭିରାମ କହଁର ତାଙ୍କ ବକ୍ତବ୍ୟରେ ଖେଳାଳିଙ୍କୁ ଉତ୍ସାହିତ କରିବାସହ ତାଙ୍କର ଅନ୍ତର୍ନିହିତ ଗୁଣବଳୀକୁ ଏହି ଟୁର୍ଣ୍ଣାମେଣ୍ଟ ରେ ସମାପ୍ତ ନକରି ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ ଏବଂ ଅନ୍ତରଙ୍ଗ ଯୁବକ ସଂଘର ଏପରି କାର୍ଯ୍ୟକ୍ରମ ହସ୍ତକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ