ଶ୍ୱାସରୁଦ୍ଧ ଯୋଗୁଁ ଉଦ୍ଧାର ଚିତାବାଘର ମୃତ୍ୟୁ

ବୁଗୁଡା,(ଅନିଲ କୁମାର ମହାରଣା): ଗତ କାଲି ଅର୍ଥାତ ଜାନୁଆରୀ ୨୮ ତାରିଖ ଦିନ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମାଣିତରା ସେକ୍ସନର ନଗୁଡୁ ଗ୍ରାମର ରାଜସ୍ୱ ବିଭାଗର କୁଣ୍ଡାଖାଇ ପାହାଡ଼ରେ କୌଣସି ବ୍ୟକ୍ତି ବାରହା ଶିକାର ପାଇଁ ପକାଇ ଥିବା ଫାସରେ ଫସିଥିଲା ଏକ ଚିତାବାଘ। ଖବର ଜାଣିବା ପରେ ଦିବା ପ୍ରାୟ ୧୧ ଟା ସମୟରେ ରେଞ୍ଜର ଫକୀର ଚରଣ ବେହେରା ଓ ମାଣିତରା ଫରେଷ୍ଟର ସରସ୍ଵତୀ ନାୟକ ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ମଧ୍ୟ ପହଞ୍ଚି ଥିଲେ। ପରେ ପରେ ଭଞ୍ଜନଗର ଦକ୍ଷିଣ ଘୁମୁସର ଡିଏଫଓ ସତ୍ୟନାରାୟଣ ବେହୁରା, ଏସିଏଫ ଶଙ୍କର ନାୟକ ପ୍ରମୁଖ ପହଞ୍ଚିଥିଲେ। ଏହା ପରେ ପରେ ବ୍ରହ୍ମପୁର ରେଜିଓନାଲ ଚିଫ କଞ୍ଜର୍ଭେଟର ପ୍ରଶାନ୍ତ କୁମାର ମିଶ୍ର ମଧ୍ୟ ପହଞ୍ଚି ଥିଲେ। ଚିତାବାଘଟିକୁ ଜାଲ ଦ୍ୱାରା ନଗୁଡୁ ପାହାଡ଼ରୁ ଧରି ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ଯନ୍ତାରେ ନିଆଯାଇ ଥିଲା। ସେଠାରେ ଚିତାବାଘକୁ ପିଇବାକୁ ପାଣି ଓ ଖାଇବାକୁ କୁକୁଡ଼ା ଦିଆଯାଇଥିଲେ ମଧ୍ୟ ଖାଇନଥିଲା। ପରେ ଚିତାକୁ ନେଇ ଜଙ୍ଗଲରେ ଛାଡି ବନ ବିଭାଗ କର୍ମଚାରୀ ବୃନ୍ଦ ଗତିବିଧିକୁ ଲକ୍ଷ ରଖିଥିଲେ। ସ୍ଥାନୀୟ କର୍ମଚାରୀ ଚିତାର ଅବସ୍ଥା ଖରାପ ହେଉଥିବା ନେଇ ଜଣାଇବା ପରେ ଅଧିକାରୀ ବୃନ୍ଦ ଘଟଣା ସ୍ଥଳକୁ ଯାଇ ଚିତାକୁ ବୁଗୁଡା ଆଣିଥିଲେ। ବୁଗୁଡା ପ୍ରାଣୀଧନ ଚିକିତ୍ସକ ଚିତାକୁ ମୃତ୍ୟୁ ଘୋଷଣା କରିଥିଲେ। ଆଜି ବୁଗୁଡା ପ୍ରାଣୀଧନ ଚିକିତ୍ସକ ଡାକ୍ତର ଭଗବତୀ ପ୍ରସାଦ ଦାଶ ଚିତାବାଘର ଶବକୁ ବ୍ୟବଚ୍ଛେଦ କରି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ପ୍ରକାଶ କରିଛନ୍ତି। ଚିତାଟି ବାରହା ଫାସରେ ପ୍ରାୟ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରହି ଉଦ୍ଧାର ପାଇଁ ଟଣା ଓଟରା ଯୋଗୁଁ ଶ୍ଵାସନଳୀ ଅସୁବିଧା ହୋଇ ଆସ୍ତେ ଆସ୍ତେ ଜୀବନ ଯିବା କାର୍ଯ୍ୟ ଆରମ୍ଭ ହୋଇ ଶେଷରେ ମୃତ୍ୟୁ ମୁଖରେ ପଡିଥିବା ପ୍ରକାଶ କରିଛନ୍ତି। ଜଙ୍ଗଲ ହେଉଛି ବନ୍ୟପ୍ରାଣୀଙ୍କ ବାସସ୍ଥାନ। ଜଙ୍ଗଲ ଉପରେରେ ପଶୁ ପକ୍ଷୀଙ୍କ ସମ୍ପୂର୍ଣ୍ଣ ଅଧିକାର ଥିବା ବେଳେ କେତକ ବ୍ୟକ୍ତି ବାରହା ଶିକାର ପାଇଁ ଫାଶ ପକାଇ ଥିବା ବେଳେ ଏକ ବିରଳ ପ୍ରଜାତିର ଚିତାବାଘ ଫାଶରେ ଫସି ମୃତ୍ୟୁ ମୁଖରେ ପଡିଲା। ଯାହାକି ଏକ ଅପୁରଣୀୟ କ୍ଷତି। ଏହି ପରି ଫାସ ପାଇଁ ବନ ବିଭାଗ ସହ ସ୍ଥାନୀୟ ଜନସାଧାରଣ ମଧ୍ୟ ସଚେତନ ରହିବା ଜରୁରୀ ଆବଶ୍ୟକ। ସମସ୍ତେ ଜାଣିବା ଦରକାରଯେ ଚାଷୀଙ୍କ ଫସଲକୁ ବନ୍ୟ ପ୍ରାଣୀ କ୍ଷତି କଲେ ବନ ବିଭାଗ କ୍ଷତିପୂରଣ ଦେଇଥାନ୍ତି। ଏହି କାରଣରୁ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ