ବନ୍ତରେ ୭ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା

ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ଦୀର୍ଘ ୩୧ ବର୍ଷ ଧରି ବନ୍ତ ଡାକ୍ତରଖାନା ଛକ ଓ କେନ୍ଦୁଆପଦା ଛକରେ ଗଜଲକ୍ଷ୍ମୀ ପୂଜା ଚାଲୁଥିବା ବେଳେ ଚଳିତ ବର୍ଷ ଏହା ପୂଜା ମହାସମାରୋହରେ ପାଳିତ ହେଉଛି । କୁମାର ପୂର୍ଣ୍ଣିମା ଦିନ ରାତିରେ ଉଭୟ ମଣ୍ଡପରେ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇ ପୂଜା ଆରମ୍ଭ ହୋଇଛି । ଥାନା ଛକ ମଣ୍ଡପରେ ଶ୍ୟାମ ସୁନ୍ଦର ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ ଓ ବଳରାମ ସାହୁ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି ପୂଜା ଦାୟୀତ୍ୱ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡା, ସଂପାଦକ ନୃସିଂହ ଚରଣ ପରିଡା, ଉପଦେଷ୍ଟା ଚାରୁ ଚନ୍ଦ୍ର ନାୟକ, ଉପସଭାପତି ସକତ୍ ଅଲ୍ଲୀ, ନାରାୟଣ ସାହୁ, ଜଳଧର ପଣ୍ଡା, ବାବୁଲି ସାମଲଙ୍କ ସମେତ ଅନ୍ୟ ମାନେ ସମସ୍ତ ଦାୟୀତ୍ୱ ତୁଲାଉଛନ୍ତି । ସେହିପରି କେନ୍ଦୁଆପଦା ଛକ ମଣ୍ଡପରେ କାଳନ୍ଦି ସ୍ୱାଇଁ, ବିଜୟ ବେହେରା କଳସ ଆଣିଥିବା ବେଳେ ପୂଜକ ଭାବେ ଭଗବାନ ପତି, ରାଷ୍ଟ୍ରପତି ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ମୋହନ ଚରଣ ସାହୁ, ସଂପାଦକ ଅଖିଳ ସାହୁ, କୋଷାଧ୍ୟକ୍ଷ ରଘୁନାଥ ରଣା, ବିଜୟ ନାୟକ, ଆଦିକନ୍ଦ ବରାଳଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଉଭୟ କମିଟିରେ ଭସାଣୀ ଉତ୍ସବ ଆସନ୍ତା ରବିବାର ହେବ ବୋଲି ଜଣାଯାଇଛି । ଶାନ୍ତିଶୃଂଖଳା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ