ବାଲି ଟ୍ରାକ୍ଟର ଜବତ;ଚାଳକ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଚୋରା ବାଲି ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପୁଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପୂର୍ବରୁ ଅନେକ ବାଲି ଟ୍ରାକ୍ଟର ଧରା ହୋଇଥିଲେ ସୁଦ୍ଧା ଚୋରା ଚାଲାଣ ବନ୍ଦ ହେବା ପରିବତ୍ତତ୍ତେ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ମଞ୍ଜୁରୀରୋଡ ନିକଟ ନାଆମୀ ଛକ ଠାରୁ ଥାନା ପକ୍ଷରୁ ଦୁଇଗୋଟି ବେଆଇନ ବାଲି ଟ୍ରାକ୍ଟରକୁ ଜବତ କରାଯାଇଛି । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିଭୂତିଭୂଷଣ ସ୍ୱାଇଁ, ରତିକାନ୍ତ ଦାସ, କମଳାକାନ୍ତ ନାୟକ ପ୍ରମୁଖ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉ ବେଳେ ଦୁଇଗୋଟି ଟ୍ରାକ୍ଟର ସହିତ ଚାଳକ ନିଧିଆ ମୁଣ୍ଡା ଓ ନାରାୟଣ ମାଝୀଙ୍କୁ ଗିରଫ କରାଯାଇଛି । ଏନେଇ ଥାନା ପକ୍ଷରୁ ୪୦/୨୧ରେ ଏମ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ