ରାଇରଙ୍ଗପୁର ମୁର୍ମୁ ଛକରେ ୧୬ ଚକିଆ ଟ୍ରକ ଦୁର୍ଘଟଣାରେ ଜଣେ ହୋଟେଲ କର୍ମଚାରୀର ମୃତ୍ୟୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଜାତୀୟ ରାଜପଥ ୨୨୦ ନମ୍ବର ମୁର୍ମୁ ଛକରେ ଏକ ୧୬ ଚକିଆ ଟ୍ରକ ଦୁର୍ଘଟଣାରେ ଅପରାହ୍ନ ୫ .୩୦ଘଟିକା ପାଖାପାଖି ସମୟରେ ଜଣେ ହୋଟେଲ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଆଜି ଶୁକ୍ରବାର ରାଇରଙ୍ଗପୁର ମୁର୍ମୁ ଛକଠାରୁ ୧୦୦ ମିଟର ଦୂରରେ ଜାତୀୟ ରାଜପଥ ପାର୍ଶ୍ବରେ ସାପ୍ତାହିକ ହାଟ ।ହାଟ ପାଇଁ ଗହଳି ଲାଗିଥିଲା । ଲୋକେ ହାଟ ପାଇଁ ଚଳଚଂଚଳ ହୋଇ ରାସ୍ତା ପାର ହୁଅନ୍ତି ।ଏହି ସମୟରେ ଟାଟା ଆଡୁ ରାଇରଙ୍ଗପୁର ଆସୁଥିବା ଓଡି ୦୯ ଏନ ୬୬୭୪ ଅଶୋକଲିଲାଣ୍ଡ ଟ୍ରକ ରାସ୍ତାକଡ଼ରେ ଥିବା ଏକ ଯୁବକକୁ ଧକ୍କା ଦେଇଥିଲା ।ଯୁବକ ଜଣକ ନାମ ଦେବାଶିଷ ବେହେରା (ଟୁଟୁ) ଘର-ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ କତରା ଚନ୍ଦନପୁର | ଯୁବକ ଜଣକ ପଛ ଛକରେ ପେଶି ହୋଇଯାଇଥିଲା । ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ରାଇରଙ୍ଗପୁର ଆଇଆଇସି ରେଣୁବାଳା ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲରକୁ ପଠାଇ ଟ୍ରକଟିକୁ ଜବତ କରିଛନ୍ତି । ଘଟଣାସ୍ଥଳରେ ଡ୍ରାଇଭର ଫେରାର ଅଛି ।ଯୁବକର ନାମ ଟୁଟୁ ତନ୍ତୀ( ୫୦) ଘର -ବାଙ୍ଗିରିପୋଷୀ ଅଂଚଳର। ସେ ରାଇରଙ୍ଗପୁର ରେ ଜନୈକ ହୋଟେଲ ରେ ଦିର୍ଘ ୩୦ ବର୍ଷ ହେଲା କାମ କରୁଥିଲେ । ପୋଲିସ ତଦନ୍ତ କରୁଛି ।


