ବେଲଗୁଣ୍ଠା ରେ ଜାତୀୟ କନ୍ୟାରତ୍ନ ସପ୍ତାହ ଦିବସ ପାଳିତ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଆଜି ବେଲଗୁଣ୍ଠା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆଇ, ସି ,ଡି ,ଏସ,ତରଫରୁ ଜାତୀୟ କନ୍ୟାରତ୍ନ ସପ୍ତାହ ଦିବସ ପାଳନ ହୋଇଯାଇଛି । ପ୍ରଥମେ ଆଇ, ସି, ଡି, ଏସ, କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଯାଇଥିଲା, ରାଲିକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ମିଶ୍ର ପତାକା ଦେଖାଇ ରାଲିକୁ ସମ୍ବୋଧିତ କରିଥିଲେ ।ରାଲିରେ କିଶୋରୀ, ଅଙ୍ଗନାବାଡି କର୍ମୀ,ଓ ଏଚ ଏସ ଜି ମହିଳା ମାନେ ଯୋଗଦେଇ ସଚେତନତା କରାଉଥିବା ଦେଖିବାକୁ ମିଳିଥିଲା । ସଚେତନତା ସଭାରେ ଏଥିରେ ସ୍ତାନୀୟ ଗୋଷ୍ଟି ଉନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ତହସିଲଦାର ସରୋଜ କୁମାର ବେହେରା, ଅନ୍ୟତମ ଅତିଥି ରୂପେ ସିଡିପିଓ ଗାୟତ୍ରୀ ମିଶ୍ର ଓ ମିଶନ ଶକ୍ତି ସଂଯୋଜକ ନିଲିମା କୁମାରୀ ପଣ୍ଡା ଯୋଗଦେଇଥିଲେ । ବିଶିଷ୍ଟ ସମାଜ ସେବୀ ସୁଳପାଣି ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ସଂଯୋଜକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ