ସ୍କାଉଟ ଛାତ୍ରଙ୍କ ଦ୍ୱରା ସଡକ ସୁରକ୍ଷା ଓ କରୋନା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ, ତାଳସାକାର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟ ସ୍କାଉଟ ଛାତ୍ରମାନେ ଜନସାଧାରଣଙ୍କୁ ସଡକ ସୁରକ୍ଷା ଓ କରୋନା ବିଷୟରେ ସଚେତନତା କରିଥିବା ଜଣାପଡିଛି। ସ୍କାଉଟ ଗାଇଡ଼ ଶିକ୍ଷକ ଗୋପାଳ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ସ୍କାଉଟ ଛାତ୍ରମାନେ ହାତରେ ପ୍ଲାକ କାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ସଡକ ସୁରକ୍ଷା ବିଷୟରେ ସଚେତନତା କରିବା ସହ କରୋନା ବିଷୟରେ ମଧ୍ୟ ସଚେତନ କରାଇ ଥିଲେ। ଯେଉଁମାନେ ମାସ୍କ ପିନ୍ଧିନଥିଲେ ସେହି ମାନଙ୍କୁ ମାସ୍କ ପିନ୍ଧାଇବା ସହ କରୋନା ଭୟ ଦୂର ହୋଇନଥିବା ବେଳେ ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ