ମହ।ତ୍ମାଙ୍କ ସହିଦ ଦିବସରେ କିଶାନ ମୋର୍ଚା ପାଳିଲା ଗଣସତ୍ୟାଗ୍ରହ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଲାଖେମୁଣ୍ଡି ସ୍ଥିତ କଲେଜ ଛକ ନିକଟରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ବା ସହିଦ ଦିବସରେ କିଷାନ ମୋର୍ଚା ପକ୍ଷରୁ ଗଣସତ୍ୟାଗ୍ରହ ପାଳନ କରାଯାଇଛି । ଏହି ସତ୍ୟାଗ୍ରହ ଅବସରରେ ସଂଜୁକ୍ତ କିଷାନ ମୋର୍ଚା ଓ ଏଆଇଆଇଏସଏସସି ମିଳିତ ଭାବେ ବିଭିନ୍ନ ଦାବି ଉପସ୍ଥାପନ କରି ଧାରଣା ବସିଛନ୍ତି । ଏମାନଙ୍କର ମୁଖ୍ୟ ଦାବି ହେଲା କେନ୍ଦ୍ର ସରକାର ଯେଉଁ ନୁତନ କୃଷି ନିତୀ ଆଣିଛନ୍ତି ତାକୁ ପ୍ରତ୍ୟାହାର କରିବା ଏବଂ କୃଷକ ମାନଙ୍କ ପାଇଁ ଯେଉଁ ନେତାମାନେ ଲଢେଇ କରିଥିଲେ ସେମାନଙ୍କ ନାମରେ କେନ୍ଦ୍ର ସରକାର ଯେଉଁ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି ତାକୁ ତୁରନ୍ତ ପ୍ରତ୍ୟାହାର କରିବା । ଏହି ଧାରଣାରେ ଆଦିବାସୀ ଅଧିକାର ମଞ୍ଚର ଦଣ୍ଡପାଣି ରଇତ,ଦଳିତ ନେତା ମୋହିତ ମିସାଲ,କେ.ମିନାରାଓ,ଏମ.ବାଙ୍ଗାରୀ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ