ଜଗନ୍ନାଥ ନାୟକଙ୍କୁ ଜଗନ୍ନାଥ ସେବା ସମ୍ମାନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମଣ୍ଡଳର ଯୁବ ସଂଯୋଜକ ତଥା ହାଟଡିହି ବ୍ଲକ କୋଦମଡିହୀ ଗ୍ରାମର ତପନ ନାୟକଙ୍କୁ ଜଗନ୍ନାଥ ସେବା ସମ୍ମାନରେ ସମବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡାର ଗୁଣ୍ଠି ଠାରେ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପୂଜକ ସୁଦର୍ଶନ ପଣ୍ଡା, ମାନସ ଚୈତନ୍ୟ, ଚାରଣ ଗୋଷ୍ଠୀର ଶୁଭେନ୍ଦୁ ସ୍ୱାଇଁ, ଲିଙ୍ଗରାଜ ଭାଇ, ଶଙ୍କରାଚାର୍ଯ୍ୟ ମଠର ଆଦିତ୍ୟ ଭାଇ ପ୍ରମୁଖ ଯୋଗଦେଇ ତପନଙ୍କୁ ଜଗନ୍ନାଥ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ ।


