ଶେଷରେ ରାଜନୀତି କଲେ ମୁକ୍ତିକାନ୍ତ ବିଶ୍ୱାଳ
ରାଉରକେଲାରୁ ଦିଲ୍ଲୀ ଚାଲିଚାଲି ଯାଇଥିବା ମୁକ୍ତିକାନ୍ତ ବି ଶ୍ୱା ଳଙ୍କୁ ରାଉରକେଲା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ କରିଛି।
ରାଉରକେଲା ବିଧାନସଭା ଆସନ ପାଇଁ ନୂଆ ମୁହଁକୁ ପ୍ରାର୍ଥୀ କରିଛି କଂଗ୍ରେସ। ଏହି ନୂଆଁ ମୁହଁ ହେଲେ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଯାଇ ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ।
ବ୍ରାହ୍ମଣୀ ନଦୀ ଦ୍ୱିତୀୟ ପୋଲ ନିର୍ମାଣ ଓ ଆଇଜିଏଚ୍ ହସ୍ପିଟାଲ ଆଧୁନିକୀକରଣ ପାଇଁ ମୋଦିଙ୍କୁ ଭେଟିବାକୁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ ପହଞ୍ଚିଥିଲେ ମୁକ୍ତିକାନ୍ତ ବିଶ୍ୱାଳ।
ସେହିସମୟରେ କଂଗ୍ରେସ ମୁକ୍ତିକାନ୍ତଙ୍କୁ ସମର୍ଥନ କରିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁକ୍ତିକାନ୍ତଙ୍କୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ। ରାଜନୀତିରେ କୌଣସି ସମ୍ପର୍କ ନଥିଲେ ମଧ୍ୟ ମୁକ୍ତିକାନ୍ତ ଏବେ ସାରା ରାଜ୍ୟରେ ବେଶ୍ ପରିଚିତ ଓ ଲୋକପ୍ରିୟ। ତେଣୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି ବୋଲି କୁହାଯାଉଛି।
ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳ କଂଗ୍ରେସ ପ୍ରାର୍ଥୀ ହୋଇଥିଲାବେଳେ ବିଜେଡି ପ୍ରାର୍ଥୀ ଶାରଦା ପ୍ରସନ୍ନ ନାୟକ ଓ ବିଜେପି ନିହାର ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ରାଉରକେଲା ପାଇଁ ୩ ଦଳଙ୍କ ପ୍ରାର୍ଥୀ ଘୋଷଣା ପରେ ରାଉରକେଲା ଚିତ୍ର ସ୍ପଷ୍ଟ ହୋଇପଡ଼ିଛି। ଏବେ କେବଳ ଦେଖିବାକୁ ବାକି ରହିଛି ରାଉରକେଲାବାସୀ ଏହି ୩ ଜଣଙ୍କ ମଧ୍ୟରୁ କାହାକୁ ପ୍ରତିନିଧି ଭାବେ ବାଛୁଛନ୍ତି।


