୪୧୮ କେଜି ଗଞ୍ଜେଇ ସହ ୨ ଗାଡି ଜବତ; ୬ ଗିରଫ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ରା.ଉଦୟଗିରି ଏସଡିପିଓ ଦିଲିପ କୁମାର ନାୟକଙ୍କ ତତ୍ୱବଧାନରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ଏଚ.କେ.ପଣ୍ଡା ଓ ତାଙ୍କ ଟିମ ସକାଳ ପେଟ୍ରୋଲିଂ ବେଳେ ରାଇପଙ୍କା ପେଟ୍ରୋଲିଂ କରୁଥିବା ବେଳେ ବାଲିବନ୍ଧ ନିକଟରେ ୨ଟି ମିନି ପିକଅପ ଭ୍ୟାନ ନଂ (AP 05 TD 8597, AP 31 TQ 0850)କୁ ଅଟକାଇ ଯାଚଂ କରିବା ବେଳେ ଏଥିରେ ଗାଡି ପଛପଟେ ଗୋଡ ପୋଛା କନା, ପଟୀ ଓ ଲୁଗାସାମଗ୍ରୀ ରହିଥିଲା । ଏହାର ତଳେ ଗଞ୍ଜେଇ ଥିବା ଦେଖି ଏସଆଇ ପଣ୍ଡା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଥାନା ଅଧିକାରୀ ଶ୍ରୀ ପାତ୍ର, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଆଶିସ୍ କୁମାର ପ୍ରଧାନ ଉପସ୍ଥିତ ରହି ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୪୧୮ କେଜି ହୋଇଥିଲା । ଏହା ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ତଃରାଜ୍ୟ ମାଫିଆ ୩ ଜଣ ୧. ଋାମ କୁମାର(୫୬), ୨. ରାଜ କୁମାର (୨୮), ୩. ବକିଲ ସିଂ (୨୭)ଙ୍କୁ ଗିରଫ କରିବା ସହ ୨ଟି ଗାଡିର ଡ୍ରାଇଭର ଓ ଜଣେ ହେଲପରଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ଶ୍ରୀଧର ସାହୁ, ଦୁର୍ଗା ପ୍ରସାଦ, କେ ନବୀନ । ଉକ୍ତ ଗଞ୍ଜେଇ ମାଣ୍ଡିମେରା ପଟୁ ବ୍ରହ୍ମପୁରକୁ ଚୋରାଚାଲାଣ କରୁଥିଲେ ହରିଆଣାର ୩ ଅନ୍ତଃରାଜ୍ୟ ମାଫିଆ ।