ଗରାପୁର ଡାକବଙ୍ଗଳାରେ ମହାତ୍ମାଗାନ୍ଧୀଙ୍କ ୭୩ତମ ମହାପ୍ରୟାଣ ସ୍ମୃତିଚାରଣ ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଓ ୧୫୦ତମ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡାର ଗରାପୁର ଡାକବଙ୍ଗଳା ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ୭୩ତମ ମହାପ୍ରୟାଣ ଦିବସ ଉପଲକ୍ଷେ ସାମୁହିକ ମାଲ୍ୟାର୍ପଣ କରାଯାଇଛି । ଏହାପରେ ଡାକବଙ୍ଗଳା ପରିସରରେ ସ୍ମୃତି ପରିଷଦର ସଭାପତି ଶିକ୍ଷାବୀତ ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ୧୯୩୪ମସିହାରେ ମହାତ୍ମା ଗାନ୍ଧୀ ପଦଯାତ୍ରାରେ ଆସି ଏଠାରେ ପହଁଚି ଏକ ବୈଠକରେ ଭାଷଣ ଦେଇଥିବା ଅବସରରେ ଗରାପୁର ଡାକବଙ୍ଗଳାର ଏକ ଅଂଶକୁ ଗାନ୍ଧୀ ସ୍ମାରକିପୀଠରେ ପରିଣତ କରାଯାଇ ଏଠାରୁ ସମଗ୍ର ଭାରତବର୍ଷରେ ଗାନ୍ଧିଜୀଙ୍କ ବାର୍ତ୍ତା ପହଁଚାଇବାକୁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଭବିଷ୍ୟତ ପିଢୀଙ୍କୁ ଏହି ସ୍ମାରକୀପୀଠରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ସଭାରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, କୋଣାର୍କ ଉନ୍ନୟନ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ସ୍ୱାଧୀନତା ସଂଗ୍ରାମୀ ମକର ଦାସ, ଶିକ୍ଷାବୀତ ଈଶ୍ୱର ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧୟାପକ ଅଜୟ ସାମଲ, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପ୍ରାକ୍ତନ ନଗରପାଳ ଧିରେନ କୁମାର ସାହୁ, ରୋସ୍ବା ସାହୁ, ସାହିତ୍ୟିକ ଡଃ. ବାସୁଦେବ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ମହେନ୍ଦ୍ର କୁମାର ମିଶ୍ର, ଆଇନଜୀବି ଦେବଦାସ ମହାନ୍ତି, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଶିକ୍ଷାବୀତ ହେମନ୍ତ ଜେନା, ଆଲୋକ ସାହୁ, ସମ୍ପାଦକ ଡଃ. ଗଦାଧର ମଲ୍ଲିକ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ନରହରି ପାଣି, ସବିତା ସାହୁ, ଲୋପାମୁଦ୍ରା ବାରିକ, ରବିନ୍ଦ୍ରନାଥ ରଥ, ରବିନ୍ଦ୍ର ପରିଡା, ନାରାୟଣ ବିଶ୍ୱାଳ,ନାରାୟଣ ସାହୁ, ମୁକ୍ତାର ଖାଁ, ଦୁଷ୍ମନ୍ତ ମଲ୍ଲିକ, ରମଣୀରଞ୍ଜନ ରାଉତରାୟ ପ୍ରମୁଖ ବହୁ ଗାନ୍ଧୀପ୍ରେମୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ସଂଯୋଜକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ