ଧାନଘର ଓସ୍ତପାଳରେ ମା ମଙ୍ଗଳା କ୍ରିକେଟ, ବିରଞ୍ଚିପୁର ଚମ୍ପିୟାନ 

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଧାନଘର ଓସ୍ତପାଳ ଠାରେ ଚାଲିଥିବା ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବିରଞ୍ଚିପୁର କ୍ରିକେଟ କ୍ଲବ ଶାଳଣିଆଁ କ୍ରିକେଟ କ୍ଲବକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ପ୍ରଥମେ ଶାଳଣିଆଁ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୧୫୦ରନ କରିଥିଲା । ତାର ଜବାବରେ ବିରଞ୍ଚିପୁର ୧୪.୪ଓଭରରେ ୫ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇ ଚମ୍ପିୟାନ ହୋଇଥିଲା । ବଳରାମ ରାଉତ ଓ ଦିଲ୍ଲିପ ଜେନା ଖେଳ ପରିଚାଳନା ଥିବାବେଳେ କାଳନ୍ଦୀ ମଲ୍ଲିକ, ହରେକୃଷ୍ଣ ସ୍ୱାଇଁ, ଶିବ ଶଙ୍କର ବିଶ୍ୱାଳ ସ୍କୋରର ଏବଂ ସତ୍ୟବ୍ରତ ଦାସ, ଘନଶ୍ୟାମ ବେହେରା, ଗଦାଧର ରାଉତଭାଷ୍ୟକାର ଭାବେ ଖେଳର ଧାରା ବିବିରଣୀ ପ୍ରଦାନ କରିଥିଲେ । ମା ମଙ୍ଗଳା କ୍ଲବର ସଭାପତି ବିଶ୍ୱନାଥ ପ୍ରତାପ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଡାକ୍ତର ଦୀପକ କୁମାର ଜେନା, ସମାଜସେବୀ ଶ୍ରୀକାନ୍ତ ରାଉତ, ପୁର୍ବତନ ସରପଞ୍ଚ ବିନୋଦ ବିହାରୀ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ୱର ରାଉତ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ବିରଞ୍ଚିପୁରର ଫକିର ମୋହନ ଜେନା ଓ ମ୍ୟାନ ଅଫ ଦ ସିରିଜ ଭାବେ ଶାଳଣିଆଁର ଧନେଶ୍ୱର ବାରିକଙ୍କୁ ପ୍ରଦାନ କରାଯାଇଥିଲା । ସମ୍ପାଦକ ପବିତ୍ର ମୋହନ ଜେନା, ଉପସଭାପତି ରାଜେନ୍ଦ୍ର ରଣସିଂହ, ଗଦାଧର ରାଉତ, ରବିନ୍ଦ୍ର କୁମାର ଜେନା, କନ୍ଦର୍ପ ରାଉତ, ଫକିର ମୋହନ ଜେନା, ନାରାୟଣ ନାୟକ, ବିଚିତ୍ର ଜେନା, ନରହରି ରାଉତ, ଭାଗିରôତ ନାୟକ, ନାରାୟଣ ରାଉତ, ଅନିଲ କୁମାର ଜେନା, ରଣଜିତ ରଣସିହ, ସୌଭାଗ୍ୟ ରଞ୍ଜନ ଜେନା, ସୌମ୍ୟ ରଞ୍ଜନ ଜେନା, ସତ୍ୟ ସୁନ୍ଦର ରାଉତ, ଇନ୍ଦ୍ରମଣି ନାୟକସୁନିଲ ଜେନା, ପପୁ ଜେନା, ସ୍ୱାଧିନ ରାଉଳ, କାଳନ୍ଦି ରାଉଳ, ଦିନେଶ ରାଉତ, ନିରଞ୍ଜନ ରାଉତ, ମାନସ ରଞ୍ଜନ ଜେନାଙ୍କ ସମେତ ସମସ୍ତ କ୍ଲବ ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ