ନିଜ ନାଁକୁ ନେଇ ଗୋବିନ୍ଦା ଙ୍କ ବଡ଼ ଖୁଲାସା

ମୁମ୍ବାଇ: କୁହାଯାଏ, ବଲିଉଡରେ ପାଦ ଦେବା ପୂର୍ବରୁ ଗୋବିନ୍ଦା ବହୁବାର ତାଙ୍କ ନାଁ ବଦଳାଇଥିଲେ । ଆଉ ଏହା ଆଦୌ ମିଛ ବା ଗୁଜବ ନୁହେଁ । ଏହା ସତ ବୋଲି ନିଜେ ଗୋବିନ୍ଦା ମାନିଛନ୍ତି । “ଦ କପିଲ ଶର୍ମା ଶୋ’କୁ ଆସିଥିବା ବେଳେ କପିଲ୍‌ଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୋବିନ୍ଦା କହିଥିଲେ ଯେ ସେ ନାଁ ବଦଳାଇବା କଥା ପୂରା ସତ । “ଗୋବିନ୍ଦା’ ନାଁ ପୂର୍ବରୁ ସେ ନିଜର ଆହୁରି ୬ଟି ନାଁ ଦେଇଥିଲେ । ସେ ଗୋବିନ୍ଦ ରାଜ, ରାଜ ଗୋବିନ୍ଦ ଓ ଅରୁଣ ଗୋବିନ୍ଦ ଭଳି ନାଁ ରଖିଥିଲେ । ଏହା ବ୍ୟତୀତ ଶା’ରେ ଗୋବିନ୍ଦା ନିଜ ଜୀବନ ଯାତ୍ରା ବିଷୟରେ ମଧ୍ୟ କହିଥିଲେ । ତାଙ୍କୁ ଏକ ସଫଳ କ୍ୟାରିୟର ଗଢ଼ିବାରେ ଯେଉଁମାନେ ସାହାଯ୍ୟ କରିଥିଲେ ସେ ସେମାନଙ୍କୁ ମନେ ପକାଇଥିଲେ । ଗୋବିନ୍ଦା କହିଥିଲେ ଯେ ସେ ରୋଶନ ତନେଜାଙ୍କଠୁ ଅଭିନୟ, ସରାଜ ଖାନ୍‌ଙ୍କଠାରୁ ଡ୍ୟାନ୍ସ ଏବଂ ଷ୍ଟଣ୍ଟ୍ ମାଷ୍ଟର ରାମଜୀଙ୍କଠାରୁ ଆକ୍ସନ୍ ଶିଖିଥିଲେ । ତେବେ ଏଥିପାଇଁ ସେମାନେ ତାଙ୍କୁ କେବେ ପଇସା ମାଗି ନାହାନ୍ତି । ସୂଚନାଯୋଗ୍ୟ, ଅଭିନେତା ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ଗ୍ଲାମର ଦୁନିଆରେ ପାଦ ଥାପି ସାରିଛନ୍ତି । ତାଙ୍କର ଏକ ମ୍ୟୁଜିକ୍ ଭିଡିଓ “ମିଲୋ ନା ତୁମ୍‌’ ନିକଟରେ ରିଲିଜ୍ ହୋଇଛି । ଆଉ ଏହାର ପ୍ରମୋସନ୍ ପାଇଁ ଗୋବିନ୍ଦା ‘ଦ କପିଲ୍ ଶର୍ମା ଶୋ’କୁ ଆସିଥିଲେ । ତାଙ୍କ ସହିତ ପତ୍ନୀ ସୁନୀତା ଓ ଟିନା ବି ଉପସ୍ଥିତ ଥିଲେ । ଟିନା ଏହି ମ୍ୟୁଜିକ୍ ଭିଡିଓଟି ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଗଜେନ୍ଦ୍ର ବର୍ମାଙ୍କ ସହ କରିଛନ୍ତି । ଟିନା ଅଭିନେତ୍ରୀ ହେବା ସହ ଜଣେ କଷ୍ଟ୍ୟୁମ୍ ଡିଜାଇନର୍ ମଧ୍ୟ । ସେ ଫିଲ୍ମ “ସେକେଣ୍ଡ ହ୍ୟାଣ୍ଡ ହଜବେଣ୍ଡ’ ଓ “ଫ୍ରାଏ ଡେ’ ପରି ଫିଲ୍ମରେ କାମ କରି ସାରିଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ