ମେଗା ଆଇନ ସଚେତନତା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଟି , (ତାରିଣୀ ପଣ୍ଡା) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଆଇନ ସେସନ ଜର୍ଜ ଶ୍ରୀଯୁକ୍ତ ବିଶ୍ୱଜିତ ଦାସଙ୍କ ଅଧକ୍ଷତା ରେ ଆସନ୍ତା ରବିବାର ଗଜପତି ପାରଳାଖେମୁଣ୍ଡି ଠାରେ ଆୟୋଜିତ ହେବାକୁ ଥିବା ମେଗା ଆଇନ ମେଗା ଆଇନ ସଚେତନତା ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପଳଙ୍କ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇିଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବୈଠକ, ମିଶନ ଓ ଯୋଜନାର ଉଚ୍ଚପଦାଧିକାରୀମାନେ ଯୋଗଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାରେ ହେବାକୁ ଥିବା ମେଗା ଆଇନ ସଚେତନାତା ଶିବିରକୁ କିଭଳି ଲୋକାଭମୁଖୀ କରିବା ଏବଂ ଅଧିକରୁ ଅଧିକ ଜନସାଧାରଣମାନେ କିଭଳି ଏହାର ଲାଭ ଉଠାଇ ପାରିବେ ସେନେଇ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ସୁଧାଦେବୀ ସିଂ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚଞ୍ଚଲ ରାଣା , ଜିଲ୍ଲା ବନ ଅଧିକାରୀ ଶ୍ରୀଯୁକ୍ତ ଭି.ଭି ତ୍ୟୀଗୀ, ଉପଜିଲ୍ଲାପାଳ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଆଇନ ସେବା ପ୍ରାଧୀକରଣର ସଂପାଦିକା ଦିପା ଦାସ, କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷା ଶ୍ରୀମତି ଶୁଭଶ୍ରୀ ପ୍ରଧାନ । ପ୍ରମୁଖ ଯୋଗଦେଇ ଆଲୋଚନରେ ଭାଗନେବାସହ ଜନସାଧାରଣଙ୍କର ଉପସ୍ଥତି ଏବଂ ସହେଯାଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ