କଟକ ରେ ଉଚ୍ଛେଦ କୁ ବିରୋଧ
କଟକ,(ଦୀପକ୍ କୁମାର ବେଉରା): କଟକ ର ଯୋବ୍ରା ଅଞ୍ଚଳରେ ୧୨୭ ଟି ପରିବାର କୁ ରାସ୍ତା ସମ୍ପ୍ରସାରଣ ନାମରେ ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜନ ଜାଗରଣ ମଞ୍ଚ । ବିନା ଥଇଥାନ ଓ ଉଚିତ କ୍ଷତିପୂରଣ ନଦେଇ କିଭଳି ଭାବରେ ଉଚ୍ଛେଦ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠାଇଛି ସଂଗଠନ। ଯଦି ଏହା ଉପରେ ଜିଲ୍ଲା ପ୍ରଶାସନ ରୋକ ନଲଗାଏ ତେବେ ଆଗାମୀ ଦିନ ମାନଙ୍କରେ ପ୍ରଶାସନ କୁ ବେଶ ମହଙ୍ଗା ପଡିବ ବୋଲି ଚେତାବନୀ ଦେଇଛି ଜନ ଜାଗରଣ ମଞ୍ଚ।


