ରାସ୍ତାରେ ଖରା ବେଳେ ଛାଇ କାଇଁ ?

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):ଚଳିତ ବର୍ଷ ଫେବୃୟାରୀ ମାସରୁ ହିଁ ପ୍ରଚଣ୍ଡ ଗରମ ଅନୁଭୂତ ହେଲାଣି |ସଖାଳ ୧୦ ଟା ପରେ ରାସ୍ତା ଘଟ ପ୍ରାୟ ଶୂନଶାନ |ଖରାବେଳେ ତାପମାତ୍ରା ପାଖ ପାଖି ୩୦ ଡିଗ୍ରୀ ରହୁଛି |ତେବେ ଫାଇଲିନ,ହୁଡ଼ ହୁଡ଼ ,ତିତଲୀ ପରି ବାତ୍ୟା ଯୋଗୁଁ ପ୍ରାୟ ରାସ୍ତାର ସମସ୍ତ ଗଛ ଭାଙ୍ଗି ପଡିଛି |ଖରାବେଳେ ରାସ୍ତାରେ ଯା ଆସ କରୁ ଥିବା ପଥିକ ଟିଏ ଖରାରୁ ରକ୍ଷା ପାଇବା ପାଇଁ ରାସ୍ତା ସାରା ଛାଇ ଖୋଜୁଛି କିନ୍ତୁ ପାଇ ପାରୁନି |ଏଇଥି ପାଇଁ ଯେ କେବଳ ବନ୍ୟା ବାତ୍ୟା ଦାଇ ତାହା ନୁହେଁ , ଏଥି ପାଇଁ ମନୁଷ୍ୟ ହିଁ ଦାଇ |ଜଙ୍ଗଲ କୁ ସଫା କରି ଘର କଲା କାରଖାନା କଲା ଜାହାରୀ ଫଳରେ ସବୁଜ ବାତାବରଣ କ୍ଷୟ ଘଟୁଛି |ପ୍ରତ୍ୟକ ଘରେ ଏ .ସି ଓ କାର ବାଇକ ର ଅଭାବ ନାଇଁ |କିନ୍ତୁ ଆଜିର ମଣିଷ ଭୁଲି ଯାଉଛି ଯେ ତାରି ପାଇଁ ପରିବେଶ ସନ୍ତୁଳନ ବିଗୁଡୁଛି |ରାସ୍ତାରେ ଗଛ ଟାଏ ନାଇଁ ଛାଇ ପାଇଁ | ଯାହା ଗଛ ଲାଗିଛି ତାହା ମଣିଷକୁ ଛାଇ ଯୋଗାଇ ପାରୁନି |ପ୍ରଶସ୍ତ ରାସ୍ତା ଓ ବଡ ବଡ କୋଠା ଘର ପାଇଁ ସମସ୍ତ ଗଛ କଟିବାରେ ବ୍ୟସ୍ତ | ଅଳ୍ପ କେତକ ଲୋକ ଗଛର ମୂଲ୍ୟ ବୁଝି ଗଛ ଲଗାଉ ଥିବା ବେଳେ ଅନ୍ୟ ମାନେ ଗଛ କଟିବାରେ ବ୍ୟସ୍ତ | ତେବେ ରାସ୍ତାରେ ଗଲା ବେଳେ ପଥିକଟେ ଖୋଜୁଛି ସେ ବୁଢା ବର ଗଛ କୁ |ସେ ବୁଢା ବର ଗଛରେ ସେ ବିହଙ୍ଗ ମାନଙ୍କ କିଚିରି ମିଚିରି ଶବ୍ଦକୁ |ଆଉ କଣ ଫେରିବ ସେ ଦିନ ?ସେ ବୁଢା ବର ଗଛ ଆସିବ ?ଏଇ କଂକ୍ରିଟ ଜଙ୍ଗଲ ରେ ଲିଭି ଜୀବନୀତ ସେ ବର ଗଛର ଛାଇ ? ତେଣୁ ସମୟ ଥାଉ ଥାଉ ଜାଗ୍ରତ ହେବା ଜଙ୍ଗଲ ଓ ରାସ୍ତା କଡର ଗଛକୁ ବଞ୍ଚାଇବା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ