ଚୌଦ୍ଵାର ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚତନତା ପାଳିତ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ସଡକ ସୁରକ୍ଷା ମାସ ଅବସର ରେ କଟକ କମିଶନରେଟ ପୋଲିସ ଚୌଦ୍ୱାର ଥାନା ପକ୍ଷରୁ ଗାନ୍ଧିଛକ ଛକ ଠାରେ ଏକ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ଯୋନ ୱାନ ଏସିପି ଅମେରେନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବାଇକ୍ ରାଲି ରେ ଚୌଦ୍ୱାର ଥାନା ପରିସର ରୁ ବାହାରି ଚୌଦ୍ଵାର ସହର ପରିକ୍ରମା କରି ସଡକ ସୁରକ୍ଷାର ବାର୍ତା ପ୍ରଚାର କରିଥିଲେ । ଚୌଦ୍ଵାର ସହରର ବିଭିନ୍ନ ଛକରେ ରୋଡ କ୍ୟାମ୍ପେନ କରାଯିବା ସହ ହେଲମେଣ୍ଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଏବଂ ହେଲମେଣ୍ଟ ନ ପିନ୍ଧିଥିବା ଲୋକଙ୍କୁ ହେଲମେଣ୍ଟ ବଣ୍ଟନ କରାଯାଇଥିଲା ।


