ଜିଲ୍ଲାପାଳଙ୍କ ଆଦମପୁର ଗ୍ରାମ୍ୟ ଜଙ୍ଗଲ ପରିଦର୍ଶନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଣ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମ୍ୟ ଜଙ୍ଗଲକୁ ଆଜି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ପରିଦର୍ଶନ କରିଥିବା ଜଣାଇଯାଇଛି । ପ୍ରାୟ ତିନି ଏକର ପରିମିତ ଉକ୍ତ ଗ୍ରାମ୍ୟ ଜଙ୍ଗଲଟି ଏକ ବଣଭୋଜି କେନ୍ଦ୍ର ଭାବେ କିଛିବର୍ଷ ହେବ ପ୍ରସିଦ୍ଧିଲାଭ କରିଛି । ତେଣୁ ଏହାର ଉନ୍ନତିକରଣ ପାଇଁ ସ୍ଥାନୀୟ ବାସିନ୍ଦା ଅନେକ ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଡିଓ ବିଜୟ କୁମାର ସାହୁଙ୍କ ପ୍ରସ୍ତାବକ୍ରମେ ଜିଲ୍ଲାପାଳ ଆଜି କ୍ଷେତ୍ର ପରିଦର୍ଶନ କରିଥିଲେ । ଗ୍ରାମ୍ୟ ଜଙ୍ଗଲର ଚାରିପାଶ୍ୱର୍ ସୁରକ୍ଷା ବାଡ ନିର୍ମାଣ ପାଇଁ ଜିଲ୍ଲାପାଳ ସହମତି ପ୍ରକାଶ କରିଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ପାନୀୟଜଳ, ଆଲୋକୀକରଣ ସହିତ ପର୍ଯ୍ୟଟକଙ୍କ ବସିବା ସ୍ଥାନ ପାଇଁ ପକ୍କା ଚେୟାର ନିର୍ମାଣ ସକାଶେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ଉପଜିଲ୍ଲାପାଳ ପିତାମ୍ବର ସାମଲ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସମେତ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ