ପୋଚିଲିମା ଆଇଟିଆଇ ଛାତ୍ରୀଙ୍କୁ ନିର୍ଯ୍ୟାତନା ଘଟଣା ବହିଷ୍କୃତ ହେଲେ ଅଧ୍ୟାପକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ପୋଚିଲିମା ସରକାରୀ ଆଇଟିଆଇର ଇଲେକ୍ଟ୍ରିକାଲ ବିଭାଗୀୟ ଅଧ୍ୟାପକ ଚନ୍ଦ୍ରକାନ୍ତ ଚାନ୍ଦୁଆ ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନର ଛାତ୍ରୀବାସ ମଧ୍ୟରେ ଅନାବଶ୍ୟକ ଭାବେ ପ୍ରବେଶ କରି ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ଛାତ୍ରୀ ମାନେ ଏହାକୁ ବିରୋଧ କଲେ ପ୍ରାକ୍ଟିକାଲ ପରୀକ୍ଷାରେ କମ୍ ନମ୍ବର ଦେବାକୁ ଧମକ ଦେଉଥିଲେ । ପରିଶେଷରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଘଟଣା ନେଇ ଉଗ୍ରରୂପ ଧାରଣ କରିଥିଲା । ଶନିବାର ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଏକାଠି ହୋଇ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ସ୍ୱର ଉତୋଳନ କରିବା ସହ ଶିକ୍ଷାନୁଷ୍ଠାନ ଫାଟକରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ ପଦର୍ଶନ କରିଥିଲେ । ସଂପୃକ୍ତ ଅଧ୍ୟାପକଙ୍କୁ ଚାକିରିରୁ ବହିଷ୍କାର ଦାବି କରିଥିଲେ । ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପଂହଚି ଉତ୍ୟକ୍ତ ଛାତ୍ରୀଙ୍କୁ ବୁଝାସୁଖା କରିବା ପରେ ବିକ୍ଷୋଭ ଥମିଥିଲା । ପରେ ନିର୍ଯ୍ୟାତନାର ଶୀକାର କିଛି ଛାତ୍ରୀ, ଥାନା ଆଇଆଇସି ଓ ଆଇଟିଆଇର ଅଧ୍ୟକ୍ଷଙ୍କ ଏକ ଆଲୋଚନା ସଭା କରାଯାଇଥିଲା । ସଂପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯିବା ସହ ହଷ୍ଟେଲ ଛାତ୍ରୀଙ୍କୁ ଖାଇବା ଖର୍ଚ୍ଚ ବାବଦରେ ମିଳୁଥିବା ୧୫ଶହ ଟଙ୍କା ପରିବର୍ତେ ୧୩ଶହ ଟଙ୍କା ପ୍ରଦାନ କରାଯାଉଛି, ଏବାବଦରେ ଅବଶିଷ୍ଟ ବକେୟା ଟଙ୍କା ପ୍ରଦାନ କରାଯିବାକୁ ଛାତ୍ରୀ ମାନେ ଜିଦ୍ ଧରି ବସିଥିଲେ । ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀ ଦାସ ଓ ଆଇଟିଆଇ ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ପ୍ରତିଶୃତି ଦେବା ପରେ ବିକ୍ଷୋଭ ହଟିଥିଲା । ଶନିବାର ସନ୍ଧ୍ୟାରେ ଘଟଣା ନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଓ ଗଞ୍ଜାମ ଜିଲ୍ଳାପାଳ ଘଟଣାର ହସ୍ତକ୍ଷେପ କରିଥିଲେ । ବିଭାଗୀର ଚିଠି ସଂଖ୍ୟା- ୧୦୦/୦୬.୦୨.୨୦୨୧ ପ୍ରକାରେ ସଂପୃକ୍ତ ଅଧ୍ୟାପକ ଚନ୍ଦ୍ରକାନ୍ତ ଚାନ୍ଦୁଆଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିବା ପୋଚିଲିମା ଆଇଟିଆଇ ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡାଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ