ହିଞ୍ଜିଳିକାଟୁର ବହୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳର ବରିଷ୍ଠ ନାଗରିକ ମାନେ ବହୁ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସଂଘ ପକ୍ଷରୁ ବାର୍ଷିକ ସାଧାରଣ ବୈଠକରେ ମତ ପ୍ରକାଶ ପାଇଥିଲା । ଦୀର୍ଘ ଦିନ ଧରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉନଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପରିସରରେ ବରିଷ୍ଠ ନାଗରିକ ଓ ହିଞ୍ଜିଳି ପୁଲିସ ପ୍ରଶାସନର ମିଳିତ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ପ୍ରମୁଖ ମଂଚାସିନ ଥିଲେ । ବରିଷ୍ଠ ନାଗରିକ ମାନଙ୍କୁ ହାତ ପାହାନ୍ତାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ସର୍ବଦା ସହଯୋଗର ହାତ ରହିଛି ବୋଲି ମଂଚାସୀନ ଅତିଥି ବୃନ୍ଦ ମତବ୍ୟକ୍ତଦ କରିଥିଲେ । ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ବୈଠକରେ ସମ୍ପାଦକ ଚିତରଂଜନ ମହାରଣା, ପୂର୍ବତନ ବିଧାୟକ ହରିହର ସାହୁ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଡ଼ି. ବିଶ୍ୱନାଥ, ଗୋବିନ୍ଦ ପାଢି, ଡ଼ାକ୍ତର ଲଡ଼ୁକିଶୋର ସାମନ୍ତରା, ତାରିଣୀ ଚରଣ ସାହୁ, ଡ଼ଃ, ବୃନ୍ଦାବନ ମିଶ୍ର, ଭୀମସେନ ବେହେରା, ନିର୍ମଳ ମିଶ୍ର, ହରିହର ଚୌଧୁରୀ, ରବିନ୍ଦ୍ର ସାହୁ, କବିରାଜ ଚୌଧୁରୀ, ହରିହର ଚୌଧୁରୀ, ସିନ୍ଧୁ ପଣ୍ଡା, ଅନୁପ କୁମାର ମହାପାତ୍ର, ଡ଼ାକ୍ତର ବିଜୟ ଦାଶ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ବିଜୟ ମିଶ୍ର,ସୁରେଶ ଚନ୍ଦ୍ର ରଥଙ୍କ ସମେତ ଶତାଧିକ ବରିଷ୍ଟ ନାଗରିକ ମଂଚର ସଦସ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଥାନା ଏସ. ଆଇ. ମମତା ସାମନ୍ତରାୟ ଓ ବାସୁଦେବ ଭୋଇ ପରିଚାଳନା କରିଥିଲେ । ଏସ.ଆଇ. ପ୍ରଦୀପ୍ତ କୁମାର ଦାଶ, ଗୋପାଳ କୃଷ୍ଣ ଆଗୁ ପାତ୍ର, ଶରତ କୁମାର ରାୟ, ରାଘବ ପ୍ରଦାନ, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେରା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ