ଦୋକାନ ଭିତରେ ପଶିଲା କାର;୩ ଆହତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଟି ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ରେ ଗୋଟାଏ ଦୋକାନ ଭିତରେ କାର ପଶି ୩ ଜଣ ଆହତ ହୋଇଛନ୍ତି l ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା କାର କୁ ଜବତ କରିଛି l ପ୍ରକାଶ ଯେ ସୋମବାର କାର ଟି ଭୁବନେଶ୍ୱର ରୁ ରାୟଗଡା ଯାଉଥିବା ବେଳେ ପାଟପୁର ଥାନା ତପ୍ତପାଣି ଏକ ଦୋକାନ ଭିତରେ ପଶି ଯାଇଥିଲା l ଫଳରେ ଦୁର୍ଘଟଣା ରେ ତିନିଜଣ ଆହତ ହୋଇଥିବା ବେଳେ ଦୋକାନ ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ପାଟପୁର ପୋଲିସ ତଦନ୍ତ କରୁଥିବା ଜଣା ପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ