ନୃତ୍ୟ।ୟନ ସଙ୍ଗୀତ ଅନୁଷ୍ଠାନର ନବମ ବାର୍ଷିକ ଉତ୍ସବ; “ଗଂଜାମ ର ସ୍ୱର” ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବାଉଁଶଲୁଣ୍ଡି ସ୍ଥିତ ନୃତ୍ୟ।ୟନ ସଙ୍ଗୀତ ଅନୁଷ୍ଠାନର ନବମ ବାର୍ଷିକ ଉତ୍ସବ ସ୍ଥାନୀୟ କୁରୁମ ପେଣ୍ଠ ଠାରେ ଆୟୋଜିତ ହୋଇଯାଇଛି । ଆୟୋଜିତ କାଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ଆଂଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ସଭାପତିତ୍ୱ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କରେ ଅଧିକାରୀ ଫକୀର ମୋହନ ମାଝି, ଚଳଚିତ୍ର ନିର୍ଦେଶକ ଆଦିକନ୍ଧ ଗୌଡ଼, ନାଟ୍ୟକାର ପ୍ରତାପ ଚନ୍ଦ୍ର ସ୍ୱାଇଁ,ଅବସର ପ୍ରାପ୍ତ ବନପାଳ ଅନୁପମ ବାନାର୍ଜୀ, ସମାଜସେବୀ ଶୂଳପାଣି ଶତପଥୀ, ରୋଟାରି କ୍ଲବ ପୂର୍ବତନ ସଭାପତି ଶ୍ରୀରାମ ପାଳ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ। ଅନୁଷ୍ଠାନ ସମ୍ପାଦକ ରବି ନାରାୟଣ ଦାସ ବିବରଣୀ ପାଠ କରିଥିଲେ। ଏହି ଅଵସର ଅନୁଷ୍ଠାନର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଜିଲ୍ଲାର କେତେ ଜଣ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ଲକ ଡାଉନ ସମୟରେ ଗଂଜାମର କୃତୀ କଳାକାର ମାନଙ୍କୁ ଖୋଜି ବାହାର ଉଦ୍ଧେଶ୍ୟରେ ଅନଲାଇନ ମାଧ୍ୟମରେ ଆୟୋଜନ କରାଯାଇଥିବା “ଗଂଜାମ ର ସ୍ୱର” ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। କାଯ୍ୟକ୍ରମରେ ଉଦିତ ନାରାୟଣ ସହଯୋଗ କରିଥିଲେ।


