ବାତଜ୍ବର ଓ କୃମି ନିୟନ୍ତ୍ରଣ ଲାଗି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ
କଟକ,(ଦୀପକ୍ କୁମାର ବେଉରା): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ବାତଜ୍ୱର ଓ ଔଷଧ ସେବନ କାର୍ଯ୍ୟକ୍ରମକୁ କଟକ ମହାନଗର ଅଞ୍ଚଳରେ ସଫଳ କରିବା ପାଇଁ ଆଜି ଅପରାହ୍ନରେ ମହାନଗର ନିଗମର ଯୁଗ୍ମ କମିଶନର ସୁନିତା ସରକାରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଚଳିତ ଫେବୃଆରୀ ୧୦ ରୁ ୧୧ ତାରିଖ ପର୍ଯ୍ୟନ୍ତ ବାତଜ୍ୱର ମୁକ୍ତ କରିବା ଆହ୍ୱାନ ସହିତ ଏହି ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ଚାଲୁରହିବ ଏଥିପାଇଁ ଆଶା ଓ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଡି.ଇ.ସି ବଟିକା ସହିତ ଆଲବେଣ୍ଡାଜୋଲ ବଟିକା ସମସ୍ତଙ୍କୁ ଖୁଆଇବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରି ସହରକୁ ଫାଇଲେରିଆ ମୁକ୍ତ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା ମଧ୍ୟ କରାଯାଇଛି । ଏହି ବୈଠକରେ ଫାଇଲେରିଆ ନିୟନ୍ତ୍ରଣ ପ୍ରୋଜେକ୍ଟ ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଡ଼ା ଶୁଭାଶିଷ, ମହାନ୍ତି,ସହର ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସତ୍ୟବ୍ରତ ମହାପାତ୍ର, ଏ ଡି ପି ଏଚ ଓ ଡ଼ା କସ୍ତୁରୀ ମିଶ୍ର, ଜୋନାଲ ସଂଯୋଜକ ଦୀପ୍ତି ରଞ୍ଜନ ମହାପାତ୍ର, ଡ଼ା ସମ୍ବିତ ପ୍ରଧାନ, ଏଣ୍ଟମୋଲଜିଷ୍ଟ ଶ୍ରୀ ଶରତ ପାତ୍ର, ରାଜ୍ୟ ପି ସି ଆଇ ସଂଯୋଜକ ଡ଼ା ନିଲାଖି ସରକାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୂଜା କମିଟି,ଶାନ୍ତି କମିଟି, ବସ,ଟ୍ରକ ଓ ଅଟୋ ଆସୋସିଏସନ, ନେହେରୁ ଯୁବ କେନ୍ଦ୍ର,ବିଭିନ୍ନ ଧାର୍ମିକ ଅନୁଷ୍ଠାନ ର ସଭ୍ୟ, ଶିଳ୍ପ ସଂସ୍ଥାର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ ।


