ରାସ୍ତା କଡ଼ ରୁ ନବଜାତକ ଶିଶୁକନ୍ୟା ଉଦ୍ଧାର

କଳାହାଣ୍ଡି ,(ଓ୍ବାଇଏନ୍ଏସ୍): କୋକସରା ବ୍ଲକ ଶିଉନି ଗ୍ରାମ ମୁଣ୍ଡ ରେ ଥିବା ଏକ ପାଳ ଗଦା ରୁ ଆଜି ଏକ ନବଜାତଶିଶୁ କୁ ଉଦ୍ଧାର କରାଯାଇଛି । ପାହାନ୍ତିଆ ସମୟରେ ଗାଁ ର କିଛି ମହିଳା ଶୌଚ ପାଇଁ ଯାଉଥିବାବେଳେ ଶିଶୁ ର କାନ୍ଦ ଶୁଣିଗ୍ରାମବାସୀ ଙ୍କୁ ଖବର ଦେଇଥିଲେ । ଆଶା କର୍ମି ଓ ଅଙ୍ଗନବାଡି କର୍ମି ପହଞ୍ଚି ଶିଶୁ କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା କରି ପରେ ଆମପାଣି ପୋଲିସ ଗାଡି ରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରାଇଥିଲେ । ଡାକ୍ତର ଶିଶୁ ର ଚିକିତ୍ସା ଆରମ୍ଭ କରିଥିବା ବେଳେ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ପ୍ରକାଶ କରିଛନ୍ତି। ତେବେ ଅବାଞ୍ଛିତ ଗର୍ଭ ହେଉ କିମ୍ବା ପ୍ରେମ ଜନିତ କାରଣ ରୁ ଶିଶୁ ଜନ୍ମ ଦେଇ ଛାଡି ଯାଇଥିବା ଚର୍ଚ୍ଚା ହୁଏ।ତେବେ ଏହାଏକ ଅମାନବିକତା ଘଟଣା ହୋଇଥିବା ବେଳେ ତଦାରଖ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରୁ ଦାବୀ ହୁଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ