ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ;ୟୁ ଆଣ୍ଡ ମି ବାଲେଶ୍ୱରକୁ ହରାଇ ଛତିସଗଡ ସ୍ପୋର୍ଟସ ଫାଇନାଲରେ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ଛତିଶଗଡ ସ୍ପୋର୍ଟସ ୯୦ରନରେ ୟୁ. ଆଣ୍ଡ ମି ବାଲେଶ୍ୱରକୁ ପରାସ୍ତକରି ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଟସ୍‌ଜିତି ୟୁ. ଆଣ୍ଡ ମି ବାଲେଶ୍ୱର ଛତିଶଗଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଛତିଶଗଡ ନିର୍ଦ୍ଧାରିତ ୨୦ଓଭରରେ ବିକାଶ ମୀନାଙ୍କ ଧୁଆଁଧାର ବ୍ୟାଟିଂ ବଳରେ ୬ଉଇକେଟ ହରାଇ ୨୨୮ରନ କରିଥିଲା । ବିକାଶ ମୀନା ମାତ୍ର ୨୧ଟି ବଲରୁ ଗୋଟିଏ ଚୌକା ଓ ୧୧ଟି ଛକା ବଳରେ ୭୪ରନ କରିଥିଲେ । ୟୁଆଣ୍ଡ ମି ବାଲେଶ୍ୱରର ନୁଦୁରାଲ ଖାଁ ୪ଓଭର ।ବୋଲିଂକରି ୧୬ରନ ଦେଇ ୪ଟି ଉିକେଟ ଅକ୍ତିଆର କରିଥିଲେ । ୨୨୯ରନର ବିଜୟ ଲକ୍ଷନେଇ ପଡିଆକୁ ଦ୍ୱିତୀୟରେ ପଡିଆକୁ ଓହ୍ଲାଇଥିବା ୟୁ.ଆଣ୍ଡ ମି ବାଲେଶ୍ୱର ୨୦ଓଭରରେ ମାତ୍ର ୧୩୮ରନ କରିବାକୁ ସମର୍ଥ ହୋଇଥିଲା । ଦଳପକ୍ଷରୁ ମାନସ ମୁଦୁଲି ୩୮ବଲରେ ସର୍ବାଧିକ ୪୩ରନ କରିଥିଲେ । ଛତିଶଗଡର ସଂଗ୍ରୀନ ସିଂ ୪ଓଭର ବୋଲିଂ କରି ୨୦ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଶାନ୍ତନୁ କୁମାର ରାଉତ ଓ ସଞ୍ଜିବ ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ଗଣେଶ କୁଅଁର, ଭଗବାନ ନାୟକ ଓ ପ୍ରତାପ ଦେବତା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଜ୍ଞାନ ରଞ୍ଜନ ଘଡେଇ, ଦେବାଶିଷ ଚକ୍ରବର୍ତ୍ତୀ ଓ ସଞ୍ଜୟ ମଜମୁଦାର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ଏହି ମ୍ୟାଚ ଦେଖିବାପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ହଦଗଡ ବନ୍ୟପ୍ରାଣୀ ଅଧିକାରୀ ସୁମିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତିଶଗଡର ବିକାଶ ମୀନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ପଦ୍ମନାଭ ସାମଲ,ଅମୀୟ ରଞ୍ଜନ ନାୟକ, ଭଗବାନ ଜେନା, ଦେବାଶିଷ ବାରିକ, ହାଡିବନ୍ଧୁ ଭୂୟାଁ, ଗଣେଶ ଜେନା, ମାନସ ଜେନା, ସିପୁ ଜେନା, ତତ୍ୱାନନ୍ଦ ମୁଦୁଲି, ବିଦ୍ୟାଧର ମୁଦୁଲି, ଏମ.ଡି. ବାବୁ, ସ୍ୱାତିଶ ସାମଲ, ପ୍ରଦ୍ୟୁମ୍ନ ରାଉତ, ଭିକି ଜେନା,ଅମୁଲ୍ୟ ଜେନା, କାହ୍ନା ଜେନା, କାହ୍ନା ସେଠୀ, ମାନସ ଜେନା, ବଳରାମ ନାୟକ, ଆଶିଷ ଦ୍ୱିବେଦୀ, ସୁନିଲ ଜେନା ପ୍ରମୁଖ ଆଞ୍ଚଳିକ ଯୁବ ପରିଷଦର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଗ୍ରୁପ ବିର ପ୍ରଥମ ‌କ୍ୱାଟର ଫାଇନାଲ ମ୍ୟାଚ ଚରମ୍ପା ଏକାଡେମୀ ଭଦ୍ରକ ଓ ସୋଲାର କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ