ପୋଲସରା : ଦ୍ୱିତୀୟ ପର୍ଯ୍ୟାୟରେ ୭୬.୦୬ ପ୍ରତିଶତ ନେଲେ କୋଭିଡ ଟିକା

ପୋଲସରା (ଅନିଲ କୁମାର ମହାରଣା): ପୋଲସରାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମ ଆଜି ଶେଷ ହୋଇଥିବା ବେଳେ ୭୬.୦୬ ପ୍ରତିଶତ ଟିକାଦାନ ହୋଇଛି । ଫେବୃୟାରୀ ୬ , ୮ ଓ ୯ ଏହି ତିନି ଦିନ ରେ ୨୫୧ ଜଣ ଅଗ୍ରଣୀ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ଥିଲା ୩୩୦ ଟୀକା। ୬ ତାରିଖ ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଓ ଥାନା ଅଧିକାରୀ ଙ୍କ ସମେତ ୧୦୦ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଥିବା ବେଳେ ୮ ତାରିଖ ଦିନ ୯୪ ଜଣ ଓ ୯ ତାରିଖ ୫୭ ଜଣଙ୍କୁ ଏହିଭଳି ଭାବେ ୨୫୧ ଜଣଙ୍କୁ ଟିକା ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଟିକାଦାନ ୭୬.୦୬ % ହୋଇଥିବା ବେଳେ ଆହୁରି ୭୯ ଜଣ ଟିକା ନେବାପାଇଁ ଆସି ନାହାଁନ୍ତି। ଅନ୍ୟପକ୍ଷରେ ତାଲିକା ପ୍ରସ୍ତୁତି ରେ ତୃଟି ଯୋଗୁଁ କେତେକଙ୍କ ନାମ ଦ୍ଵିତୀୟ ବାର ତାଲିକା ଭୁକ୍ତ ହୋଇଥିବା ଯୋଗୁଁ ଲକ୍ଷ୍ୟ ଠାରୁ ଟିକା ନେବା ସଂଖ୍ୟା ଯଥେଷ୍ଟ କମିଗଲା ବୋଲି ଶୁଣାଯାଉଛି। ଦ୍ଵିତୀୟ ପର୍ଯ୍ୟାୟରେ ପଞ୍ଚାୟତ ସମିତି , ତହସିଲ , ଥାନା , ବିଜ୍ଞାପିତ ଅଞ୍ଚଳ ପରିଷଦ , ଦମକଳ କେନ୍ଦ୍ର ଓ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪୦୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟକୁ ମିଶାଇ ପୋଲସରାରେ ମୋଟ ୬୫୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବିପିଏମ୍ ଶୁଭେନ୍ଦୁ ଦାସ ଜଣାଇଛନ୍ତି।କୋଭିଡ ନୋଡାଲ ଅଫିସର ତହସିଲଦାର ସୁକାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଓ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଗୋପବନ୍ଧୁ ବେହେରା ଙ୍କ ତତ୍ତ୍ୱାବଧାନରେ ଏହି ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ