ପି.ରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ ପ୍ରଚାର ଶେଷ

ସାନଖେମୁଣ୍ଡି ,(ପଦ୍ମଲୋଚନ ପାଣିଗ୍ରାହୀ) :ଆଉ ଦିନକ ପରେ ହେବ ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ପଞ୍ଚାୟତ ରେ ସରପଞ୍ଚ ଉପନିର୍ବାଚନ । ଆଜି ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତ୍ରିମୁଖୀ ପ୍ରତିଦ୍ୱନ୍ଦୀ ହେଉଥିବା ଦେଖିବାକୁ ମିଳିଛି । ଆଜି ମୁଖ୍ୟ ପ୍ରଚାରକ ଭାବେ ଆସିକା ସାଂସଦ ପ୍ରମିଳା ବିଶୋଇ ଏବଂ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇ ପଞ୍ଚାୟତର ସମସ୍ତ ଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପ୍ରଣୀତ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ସହ ରାସ୍ତାଘାଟ ପାନୀୟ ଜଳ ପ୍ରତିଗାଁରେ କଲ୍ୟାଣମଣ୍ଡପ ମହିଳାଙ୍କ ବିକାଶ କୃଷକଙ୍କ ସମସ୍ୟା ସମାଧାନପାଇଁ ଆମେ ସମ୍ପୂର୍ଣ ପ୍ରତିଶୃତିବଦ୍ଧ । ପଞ୍ଚାୟତ ବିକାଶର ନେତୃତ୍ୱ କୁ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରି ଦିଅନ୍ତୁ ବୋଲି ଆଜି ଅନ୍ତିମ ଦିବସ ପ୍ରଚାରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆସିକା ସାଂସଦ ପ୍ରମିଳା ବିଶୋଇ ପୂର୍ବତନ ପଞ୍ଚାୟତବାସୀଙ୍କୁ ନିବେଦନ କରିଛନ୍ତି।ଏହି ଉପନିର୍ବାଚନ ଏଵେ ବିଜେଡ଼ି କଂଗ୍ରେସ ବିଜେପି ନେତୃତ୍ୱଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।ଆସନ୍ତା ୧୧ ତାରିଖରେ ମତଦାନ ହେବାକୁଥିବା ବେଳେ ଆଜି ଅନ୍ତିମ ଦିବସ ପ୍ରଚାରରେ ବିଜେଡ଼ି ପକ୍ଷରୁ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଦଳବଳ ସହ ଶୋଭାଯାତ୍ରାରେ ସମର୍ଥନ ଭିକ୍ଷା କରାଯାଇଛି।ପୂର୍ବତନ ବିଧାୟିକାନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଆଜି ପଲ୍ଲୀପଦ୍ମନାଭପୁର ଶ୍ରୀଚନ୍ଦନପୁର ପଲ୍ଲୀସାମନ୍ତରାପୁର ପିଜଗନ୍ନାଥପୁର ପିରାମଚନ୍ଦ୍ରପୁର ଧର୍ମରାୟପୁର ଭାଲିଆଝୋଳା ପ୍ରଭୃତିଗ୍ରାମରେ ସମର୍ଥିତ ପ୍ରାର୍ଥୀ ଏନ ପୁଷ୍ପାରେଡିଙ୍କ ପାଇଁ ପ୍ରଚାର କରାଯାଇଛି।ସମସ୍ତଗ୍ରାମରେ ପ୍ରଚାରଶୋଭାଯାତ୍ରା ସହ ପଥପ୍ରାନ୍ତ ଆଲୋଚନା ସଭା ମାନଙ୍କରେ ଷ୍ଟାରପ୍ରଚାରକ ଭାବେ ଆସିକା ସାଂସଦ ପ୍ରମିଳା ବିଶୋଇଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିବା ସହ ପଞ୍ଚାୟତର ସମସ୍ତ ଗ୍ରାମରେ ଦୃତ ବିକାଶ ପାଇଁ ସାଂସଦ ପ୍ରତିଶୃତି ଦେଇଛନ୍ତି।ଏଥିସହ ଜିଲ୍ଲା ମହିଳାବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନପଟନାୟକଙ୍କ ନେତୃତ୍ୱରେ ଗାଁର ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ମହିଳା ସଶକ୍ତିକରଣ ଉନ୍ନୟନ ସମୂହ କୁ କ୍ରିୟାଶିଳ କରିବାପାଇଁ ଦକୀୟ ସମର୍ଥିତ ପ୍ରାର୍ଥୀଙ୍କବିଜୟ ପାଇଁ ନିବେଦନ କରିଛନ୍ତି। ପଦଯାତ୍ରା ଓ ବାଇକ ଶୋଭାଯାତ୍ରାରେ ପଞ୍ଚାୟତର ହଜାରରୁ ଉର୍ଧ୍ଵ କର୍ମୀ ସମର୍ଥକ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟାକ୍ଷ ଗୋବିନ୍ଦ ସ୍ୱାଇଁ,ଓସ୍କାଡ଼ ବ୍ୟାଙ୍କ ରାଜ୍ୟ ସଭାପତି ତଥା ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ,ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ  ବାବୁ ପ୍ରଧାନ  ବୈଦ୍ୟନାଥ ସିଂ, ମଥୁରା ବିଶୋଇ ପିଣ୍ଟୁ ସ୍ୱାଇଁ,ଶଙ୍କର୍ଷଣ ସ୍ୱାଇଁ, ସନ୍ତୋଷ ବିଶୋଇ,ଶ୍ରୀମନ୍ତ ସ୍ୱାଇଁ ,ବିଜେଡି ବ୍ଲକ ସଭାପତି ଧୋବା ସ୍ୱାଇଁ,ପ୍ରଭାକର ବିଶୋଇ, ଆର ଶ୍ୟାମଘନଙ୍କ ସମେତ ଶତାଧିକ ଛମୁଆ ନେତୃତ୍ୱ ଦଳୀୟ ସମିତି ସଭ୍ୟ ଅଂଶଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ