ପିଲାଚୋର ସନ୍ଦେହରେ ଜଣକୁ ଧରି ପୁଲିସ ଜିମା ଦେଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଏବେ ସମଗ୍ର ଅଞ୍ଚଳରେ ପିଲାଚୋର ଗୁଜବ ଖେଳିଯାଇଛି । ଯେ ଯେଉଁଠିବି ଯାହାକୁ ପାଉଛନ୍ତି ପିଲାଚୋର ବୋଲି ସନ୍ଦେହ କରୁଛନ୍ତି । କିଛି ଅଜଣା ଲୋକ ସନ୍ଦେହଜନକ ଭାବରେ ବୁଲାବୁଲି କରୁଥିବାରୁ ଲୋକମାନେ ଏହାଙ୍କୁ ଛୁଆଚୋର ବୋଲି ଭାବୁଛନ୍ତି । ଗତକାଲି ରାତିରେ ପନ୍ଦାଡୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ଜଣେ ଅପରିଚିତ ଲୋକ ସନ୍ଧ୍ୟାରେ ବିଲରେ ବୁଲୁଥିବାବେଳେ ଲୋକ ମାନଙ୍କୁ ଦେଖି ଲୁଚି ଯାଇଥିଲା । ଫଳରେ ଗାଁ ଲୋକମାନେ ଏହାକୁ ପିଲାଚୋର ଭାବି ନେଇଥିଲେ । ଉକ୍ତ ଲୋକଟି ତାର ଠିକଣା କହି ପାରୁନଥିବାବେଳେ ତିନି ଚାରୋଟି ଭାଷାରୋ କଥାବାର୍ତ୍ତା କରୁଥିଲା । ଯାହାକୁନେଇ ଲୋକମାନେ ତାକୁ ଧରି ନନ୍ଦିପଦା ପୁଲିସ ଜିମା ଦେଇଥିଲେ । ଖାଲି ଏହି ଗାଁ ନୁହଁ ଏହିପରି ସିମିଳିଆ, ଗେଡମା ଆଦି ସ୍ଥାନରେ ପିଲାଚୋର ସନ୍ଦେହରେ ଗତ କିଛିଦିନ ତଳେ ଦୁଇଜଣଙ୍କୁ ଅଟକ ରଖିଥିଲେ । ଏହାକୁନେଇ ସବୁଆଡେ ଆତଙ୍କ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ