ସରସ୍ୱତୀ ସଂସ୍କାର କେନ୍ଦ୍ର ଉଦଘାଟିତ
ଛତ୍ରପୁର; ସ୍ଥାନୀୟ ଶ୍ରୀରାମନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାରା ନିକଟସ୍ଥ ସାନ ଆର୍ଯିପଲ୍ଲୀ ଗ୍ରାମରେ ସରସ୍ୱତୀ ସଂସ୍କାର କେନ୍ଦ୍ର ଉପସଭାପତି ପଦ୍ମଚରଣ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ବିଭାଗ ନୀରିକ୍ଷକ ସରୋଜ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଂସ୍କାର କେନ୍ଦ୍ର ରେ ଗ୍ରାମର ଅବହେଳିତ ଓ ପାଠ ଛାଢିଥିବା ଶିଶୁଙ୍କୁ ଶିକ୍ଷାଦାନ କରାଯିବ । ଅନ୍ୟ ମାନଙ୍କ ମଧ୍ୟରେ ଆଚାର୍ଯ୍ୟା ବି.ସୁଶୀଳା,ଆଚାର୍ଯ୍ୟ ପ୍ରଦୀପ କୁମାର ଶତପଥୀ,ସୁକାନ୍ତ କୁମାର ସାହୁ,ଏସ୍.ତ୍ରିନାଥ ରେଡ୍ଡି ପ୍ରମୂଖ ଉପସ୍ଥିତ ଥିଲେ । ଉକ୍ତ ଗ୍ରାମର ଶିଶୁ ଅଭିଭାବକ ମାନେ ଯୋଗ ଦେଇଥିଲେ ।


