ଶୀର୍ଷରେ କର୍ଣ୍ଣାଟକ, ଦ୍ୱାଦଶ ସ୍ଥାନରେ ଓଡ଼ିଶା

ନୀତି ଆୟୋଗଦ୍ୱାରା ୨୦୧୯ ବର୍ଷ ପାଇଁଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶରବୃହତରାଜ୍ୟଗୁଡ଼ିକମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀରାଜ୍ୟଭାବେ ପ୍ରଥମ ସ୍ଥାନ ହାସଲକରିଛି ।ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା, ହରିୟାଣା, କେରଳ, ଉତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି । ଶୀର୍ଷ ୧୦ଟି ରାଜ୍ୟମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟରାଜ୍ୟରହିଛନ୍ତି ।ଉତର-ପୂର୍ବ ଏବଂ ପାର୍ବତ୍ୟରାଜ୍ୟଗୁଡ଼ିକମଧ୍ୟରେସିକ୍କିମଶୀର୍ଷରେରହିଥିବାବେଳେକେନ୍ଦ୍ରଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟଗୁଡ଼ିକମଧ୍ୟରେ ଦିଲ୍ଲୀସର୍ବୋଚ୍ଚସ୍ଥାନ ହାସଲକରିଛି । ନିବେଶ (ଇନପୁଟ)କୁ ଫଳାଫଳ ଆଉଟପୁଟ)ରେରୂପାନ୍ତରିତକରିବାରେସବୁଠୁଦକ୍ଷରାଜ୍ୟଗୁଡ଼ିକମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଓ ଉତରପ୍ରଦେଶ ରହିଛନ୍ତି ।
ଅନ୍ୟପକ୍ଷରେଭାରତ ନବୋନ୍ମେଷସୂଚକାଙ୍କରବୃହତରାଜ୍ୟବର୍ଗରେଓଡ଼ିଶା ଦ୍ୱାଦଶ ସ୍ଥାନରେରହିଛି ।ତେବେଏନେବଲର୍ସ ଓ ପରଫର୍ମାନ୍ସର‌୍ୟାଙ୍କରେଓଡ଼ିଶାକୁଯଥାକ୍ରମେଦଶମ ଓ ଏକାଦଶ ସ୍ଥାନ ମିଳିଛି ।
ନୀତି ଆୟୋଗଉପାଧ୍ୟକ୍ଷ ଡ. ରାଜୀବକୁମାର, ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭକାନ୍ତ, ବିଜ୍ଞାନ ବିଭାଗସଚିବ ଆଶୁତୋଷଶର୍ମା, ବାୟୋ-ଟେକନୋଲୋଜିବିଭାଗସଚିବରେଣୁସ୍ୱରୂପ, ଆୟୁଷସଚିବବୈଦ୍ୟ ରାଜେଶକୋଟେଚାଙ୍କଉପସ୍ଥିତିରେଏହିସୂଚକାଙ୍କଜାରିକରାଯାଇଥିଲା ।
ଡ. ରାଜୀବକୁମାରଏହି ଅବସରରେ ଆଶାବ୍ୟକ୍ତକରିଥିଲେ ଯେ ନବୋନ୍ମେଷ ପରିସଂସ୍ଥାନରେ ଥିବାବିଭିନ୍ନ ଅଂଶୀଦାରଙ୍କମଧ୍ୟରେଭାରତ ନବୋନ୍ମେଷସୂଚକାଙ୍କସମନ୍ୱୟ ପ୍ରତିଷ୍ଠାକରିବଏବଂଭାରତ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣଉତମ ପ୍ରଶାସନ ଦିଗରେ ଅଗ୍ରସରହୋଇପାରିବ ।
ଅଗଣିତ ଆହ୍ୱାନ ମଧ୍ୟରେବିଶ୍ୱ ନବୋନ୍ମେଷକ୍ଷେତ୍ରରେନେତୃତ୍ୱନେବାଲାଗିଭାରତ ନିକଟରେ ଅଭିନବସୁଯୋଗରହିଛିବୋଲିଶ୍ରୀ ଅମିତାଭକାନ୍ତ ପ୍ରକାଶକରିଥିଲେ । ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ର ବିନ୍ଦୁଭାବେ ବିକଶିତ କରାଯିବା ଆବଶ୍ୟକ ।ଉଭୟ ନିବେଶଏବଂ ଫଳାଫଳଉପାଦାନ ଉପରେଗୁରୁତ୍ୱ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ନବୋନ୍ମେଷ ପରିବେଶକୁ ଉନ୍ନତ କରିବାରେଉତମ ଆରମ୍ଭ ବୋଲି ଶ୍ରୀ ଆଶୁତୋଷଶର୍ମାକହିଥିଲେ ।ଶ୍ରୀବୈଦ୍ୟ କୋଟେଚାକହିଥିଲେ ଯେ ରାଜ୍ୟଗୁଡ଼ିକମଧ୍ୟରେମାନଦଣ୍ଡ ନିର୍ଦ୍ଧାରଣଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକସଂଘୀୟବ୍ୟବସ୍ଥାକୁପ୍ରୋତ୍ସାହନ ଦିଗରେଏହିସୂଚକାଙ୍କ ଏକ ଉତମ ପ୍ରୟାସ ।
ଦେଶର ବିଭିନ୍ନରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ନବୋନ୍ମେଷ ପରିସଂସ୍ଥାନକୁ ଅନୁଧ୍ୟାନ କରାଯିବା ପରେଏହିସୂଚକାଙ୍କ ପ୍ରକାଶ ପାଇଛି । ଦେଶରେରହିଥିବା ଆହ୍ୱାନଗୁଡ଼ିକରମୁକାବିଲାକରିବାଏବଂନିର୍ଦ୍ଦିଷ୍ଟ ଅଂଚଳର ଆର୍ଥିକବିକାଶ ନୀତି ପ୍ରସ୍ତୁତକରିବା ଦିଗରେ ନୀତିନିର୍ଦ୍ଧାରକମାନଙ୍କୁ ଏକସାମାଗ୍ରିକସାଧନ ପ୍ରଦାନ କରିବାହେଉଛିଏହିସୂଚକାଙ୍କରଉଦ୍ଦେଶ୍ୟ ।ଏହିସୂଚକାଙ୍କରେରାଜ୍ୟଗୁଡ଼ିକୁ ୩ଟି ବର୍ଗରେବିଭକ୍ତକରାଯାଇଛି ଯଥା : ବୃହତରାଜ୍ୟ, ଉତର-ପୂର୍ବାଂଚଳ ଓ ପାର୍ବତ୍ୟରାଜ୍ୟଏବଂକେନ୍ଦ୍ରଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟ । ଦେଶର ଅଭିବୃଦ୍ଧିଏବଂସମୃଦ୍ଧିଲାଗି ନବୋନ୍ମେଷ ଏକ ପ୍ରମୁଖବାହକହୋଇପାରିବ ।ଏହାକୁ ଦୃଷ୍ଟିରେରଖି ପ୍ରତିଦ୍ୱନ୍ଦ୍ୱିତାସଂସ୍ଥାନକୁଜ୍ଞାନ ସହଯୋଗୀଭାବେନେଇ ନୀତି ଆୟୋଗ ପକ୍ଷରୁଭାରତ ନବୋନ୍ମେଷସୂଚକାଙ୍କ ୨୦୧୯ ପ୍ରକାଶ ପାଇଛି ।ବ୍ୟାପକଗବେଷଣାଏବଂବିଶ୍ଳେଷଣ ପରେଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏଥିରେଭାରତୀୟରାଜ୍ୟଏବଂକେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନବୋନ୍ମେଷସାମର୍ଥ୍ୟ ଓ ପ୍ରଦର୍ଶନକୁ ନିରୀକ୍ଷଣକରିବାମାଧ୍ୟମରେଦେଶରସାମଗ୍ରିକ ନବୋନ୍ମେଷ ପରିଦୃଶ୍ୟକୁ ଦେଖାଯାଇଛି । ଏହିସୂଚକାଙ୍କମାଧ୍ୟମରେ ଦେଶର ୨୯ଟି ରାଜ୍ୟଏବଂ ୭ଟି କେନ୍ଦ୍ରଶାସିତ ପ୍ରଦେଶର ନବୋନ୍ମେଷ ପରିବେଶକୁ ନିରନ୍ତରମୂଲ୍ୟାୟନ ପାଇଁ ଏକ ବ୍ୟାପକଢାଂଚା ପ୍ରସ୍ତୁତକରିବାର ପ୍ରୟାସକରାଯାଇଛି ।ଏହାଜରିଆରେତିନୋଟିକାର୍ଯ୍ୟସମ୍ପାଦନ ପାଇଁ ପ୍ରୟାସକରାଯାଇଛି ଯଥା :୧-ସୂଚକାଙ୍କ ଫଳାଫଳ ଆଧାରରେରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁର‌୍ୟାଙ୍କ ପ୍ରଦାନ କରିବା, ୨-ସମ୍ଭାବନା ଓ ଆହ୍ୱାନଗୁଡ଼ିକୁବିବେଚନାକରିବାଏବଂ ନବୋନ୍ମେଷରପ୍ରୋତ୍ସାହନ ଲାଗିସରକାରୀ ନୀତି ପ୍ରସ୍ତୁତିରେସହାୟତାକରିବା ।
ଦୁଇଟିସୋପାନ-ଏନେବଲର୍ସ ଓ ପରଫର୍ମାନ୍ସରେମିଳିଥିବାହାରାହାରି ଅଙ୍କ ଆଧାରରେଭାରତ ନବୋନ୍ମେଷ ସୂଚକାଙ୍କ-୨୦୧୯ର ଫଳାଫଳ ପ୍ରକାଶ ପାଇଛି । ୫ଟି ସ୍ତମ୍ଭକୁନେଇସମର୍ଥକ ପର୍ଯ୍ୟାୟରେରାଜ୍ୟଗୁଡ଼ିକର ନବୋନ୍ମେଷସାମର୍ଥ୍ୟକୁବିବେଚନାକରାଯାଇଛି : ମାନବ ପୁଞ୍ଜି, ନିବେଶ, ଜ୍ଞାନ କର୍ମୀ, ବ୍ୟବସାୟିକ ପରିବେଶଏବଂସୁରକ୍ଷା ଓ ଆଇନଗତ ପରିବେଶ ।ନିବେଶ (ଇନପୁଟ) ଦ୍ୱାରା ଦେଶକୁମିଳୁଥିବାଲାଭକୁ ପ୍ରଦର୍ଶନ ସୋପାନ ଗ୍ରହଣକରିଛି ।ଏହାକୁଦୁଇଟି ସ୍ତମ୍ଭ ଯଥା ଜ୍ଞାନ ଫଳାଫଳଏବଂଜ୍ଞାନର ପ୍ରସାରରେବିଭକ୍ତକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ