ସନ ହସ୍ପିଟାଲକୁ ସାମହିକ ଭାବେ ବନ୍ଦ କରିବା ପାଇଁ କଟକ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

କଟକ,(ଦୀପକ୍ କୁମାର ବେଉରା) :କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ  କଟକ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିକଟରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ହୋଇଥିବା ସନ ହସ୍ପିଟାଲର କାଗଜ଼ପତ୍ର ଯାଞ୍ଚ ସହ ଦୁର୍ଘଟଣା ରୋକlଯିବା ନିମନ୍ତେ ନିଆଯାଉଥିବା ପଦକ୍ଷେପର ସନ୍ତୋଷଜନକ ଉତ୍ତର ନପାଇବାରୁ ତଥା ଫାୟାର ସେଫଟି ସାର୍ଟିଫିକେଟ ନ ଥିବାରୁ ହସ୍ପିଟାଲକୁ ସାମହିକ ଭାବେ ବନ୍ଦ କରିବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି।ସରକାରଙ୍କ ବିଭିନ୍ନ ନିତି ନିୟମ ଓ କ୍ଲିନିକାଲ ଏଷ୍ଟାବ୍ଳସମେଣ୍ଟ ଆକ୍ଟର ଉଲଂଘନ ହୋଇଥବାର ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ନିୟମାନୁଯାଇ ପ୍ରମାଣଯୋଗ୍ୟ କାଗଜପତ୍ର ଉପଲବ୍ଧ ହେବାପରେ ପ୍ରଶାସନର ଅନୁମତିକ୍ରମେ ହସ୍ପିଟାଲ ଚାଲିପରିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ବର୍ତ୍ତମାନ କୌଣସି ପରିସ୍ଥିତିରେ ଏହି ହସ୍ପିଟାଲରେ ଚିକିତ୍ସା ତଥା ରୋଗୀ ସେବା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ସୂଚନା ମଧ୍ୟ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ