ଭବାନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ;ରାଉରକେଲା ଚମ୍ପିୟାନ, ରେଗିଡି ରନର୍ସ ଅପ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ସହର ଲୁନିଘାଟି ପଡ଼ିଆରେ ୧୬ ଟି କ୍ରିକେଟ ଟିମ୍ କୁ ନେଇ ଆୟୋଜିତ ହୋଇ ଥିବା ଭବାନୀ ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃୟାରୀ ୧୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ବିଶିଷ୍ଟ କ୍ରିକେଟ ଖେଳାଳି ଭବାନୀ ଶଙ୍କର ଜେନାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ସ୍ମୃତିରେ ତାଙ୍କର ବନ୍ଧୁ ଶ୍ରୀକାନ୍ତ କୁମାର ମହାପାତ୍ର ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ । ଫାଇନାଲରେ ମ୍ୟାଚ ରାଉରକେଲା ଟିମ୍ ଓ ରେଗିଡି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରାଉରକେଲା ଟିମ୍ ବିଜୟୀ ହୋଇଥିଲେ। ଉଦଯାପନି ଉତ୍ସବରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ରାଉରକେଲା ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିବା ବେଳେ ରେଗିଡି ଟିମ୍ କୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୋଲସରା ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ସାଂସଦ ପ୍ରତିନିଧି ମୋଚିରାମ ସାହୁ, ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, ଓ ସମାଜସେବୀ ସତ୍ୟବାଦୀ ସାହୁ ଯୋଗ ଦେଇଥିଲେ। ବହୁ କ୍ରିକେଟ ପ୍ରେମୀ ଖେଳ ଦେଖିବାକୁ ରୁଣ୍ଡ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ