ଅକ୍ଟୋବର ୨୪ ଯାଏ ଚିଦାଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ପରେ ଗତକାଲି ଇଡି ଦ୍ୱାରା ଗିରଫ ହାଇଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଇଡି ଏବେ ଏହି ଘଟଣାରେ ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାର ଖୋଳତାଡ଼ ପାଇଁ ତାଙ୍କୁ ୨୪ ତାରିଖ ଯାଏ ରିମାଣ୍ଡରେ ନେଇଛି । ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଚିଦାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଚିଦାଙ୍କୁ ୨୪ ତାରିଖ ଯାଏ ଇଡି ହେପାଜତକୁ ଛାଡ଼ିଥିଲେ ହେଁ ଏହି ସମୟରେ ତାଙ୍କୁ ଘରର ରନ୍ଧା ଖାଦ୍ୟ ମିଳିବ ବୋଲି କହିଛନ୍ତି । ସେହିପରି ତାଙ୍କୁ ୱେଷ୍ଟର୍ଣ୍ଣ ଟଏଲେଟ୍ ଓ ଆବଶ୍ୟକ ମେଡିସିନ୍ ମଧ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଡି ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଯୁକ୍ତି କରିଥିଲା । ହେଲେ କୋର୍ଟ କେବଳ ୨୪ ଅକ୍ଟୋବର ଯାଏ ଜେରା କରିବାକୁ ଅନୁମତି ଦେଇଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚିଦାଙ୍କ ହାଜତ ମିଆଦି ଆଜି ଶେଷ ହୋଇଥିଲା । ତେବେ କୋର୍ଟ ଏହାକୁ ମଧ୍ୟ ୨୪ ଅକ୍ଟୋବର ଯାଏ ବୃଦ୍ଧି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ