ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ ପାଇଁ ପୋଷ୍ଟକାର୍ଡ ଅଭିଯାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଦକ୍ଷିଣ ଓଡ଼ିଶାର ବାଣିଜ୍ୟ କେନ୍ଦ୍ର ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ସକାଶେ ବିଭିନ୍ନ ମହଲରେ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି ।ରାଜ୍ୟର ବିଭିନ୍ନ ବ୍ୟବସାୟିକ ସହରରେ ନୂତନ ବିମାନବନ୍ଦର ସ୍ଥାପନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବୃହତମ ସହର ବ୍ରହ୍ମପୁର ସହରରେ ବିମାନବନ୍ଦର ସ୍ଥାପନକୁ ଅହେତୁକ ପଦର୍ଶନ କରୁଥିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ଗୋଳାବନ୍ଧ ଆର୍ମି ଏଡ଼ି କଲେଜ, ଗୋପଳପୁର ଭଳି ପୋର୍ଟ ରହିଥିବା ବେଳେ ବିଭିନ୍ନ ସମୟରେ ଜରୁରୀ କାର୍ଯ୍ୟ ସକାଶେ ଭୂବନେଶ୍ୱର ବିମାନ ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛି । ଜିଲ୍ଲାର ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ଶନିବାର ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆବାହକ ରବିନ୍ଦ୍ର ପଣ୍ଡା ଓ ସହ ଆବାହକ ଅବନି ଗୟାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ପୌରାେଂଚଳ ବିଜୁ ପଟ୍ଟନାୟକ ଛକରେ ପ୍ଳା-କାର୍ଡ ପଦର୍ଶନ କରିବା ସହ ପୋଷ୍ଟକାର୍ଡ଼ ଦସ୍ତଖତ ଅଭିଯାନ କରିଥିଲେ । ବିମାନ ବନ୍ଦର ସ୍ଥାପନର ଯର୍ଥାଥତା ଓ ସରକାରଙ୍କ ଏ ଦିଗରେ ଅବହେଳା ପଦର୍ଶନ ନେଇ ଲୋକଙ୍କୁ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିବ ପ୍ରସାଦ ପାତ୍ର, ପ୍ରଦୀପ କୁମାର ସାହୁ, ବିଜୟ ପାଣିଗ୍ରାହୀ, ସୁଷମା ପଣ୍ଡା, ମନୋରଂଜନ ସାହୁୂ, ପ୍ରକାଶ ପାତ୍ର, ଲିଙ୍ଗମ, ବିଶ୍ୱଦେବ, ଅକ୍ଷୟ ସାହୁ, ରମେଶ ଚନ୍ଦ୍ର ବେହେରା, ଭୀକାରି ବେହେରା, ରଂଜିତ ବାଡ଼ତ୍ୟା, ରାକେଶ ରଥ, ପ୍ରଭୁଦତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।