ବିିଭିନ୍ନ ସ୍ଥାନରେ ପବିତ୍ର ମାତୃପିତୃ ପୂଜନ ଉତ୍ସବ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ପେବୃଆରୀ ୧୪ ଉପଲକ୍ଷେ ପବିତ୍ର ମାତୃପିତୃପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଥ ଶ୍ରୀ ଆଶାରାମଜୀ ବାପୁ ପ୍ରେରିତ ଶ୍ରୀ ଯୋଗବେଦାନ୍ତ ସମିତି ଆନୁକୂଲ୍ୟରେ ଫତେପୁର ଠାରେ ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶାରଦା ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ଆଧ୍ୟାତ୍ମିକ ବାଦୀ ବରିଷ୍ଠ ନାଗରିକ ନରହରି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସାଂପ୍ରତିକ ସମୟରେ ବୃଦ୍ଧ ବୟସରେ ବାପା ମାଆ ମାନଙ୍କ ଠାରୁ ସନ୍ତାନ ମାନେ ଦୂରେଇ ଯିବା ଚିନ୍ତାର ବିଷୟ ହୋଇଥିବାବେଳେ ଏଭଳି କାର୍ଯ୍ୟକ୍ରମ ସମାଜକୁ ଦିଗଦର୍ଶନ ଦେବ ବୋଲି ମୁଖ୍ୟଅତିଥି ଶ୍ରୀ ମହାନ୍ତି ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଏହାଛଡା ସମାଜର ଏକ ମଧ୍ୟମ ପୀଢି ବାପା ମାଆ ଓ ସନ୍ତାନ ମାନଙ୍କୁ ଅବହେଳା କରିବା ଉଚିତ ନୁହଁ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ଦେଇଥିଲେ । ଏଥିରେ ଗ୍ରାମର ଅନେକ ବିଦ୍ୟାର୍ଥୀ ଯୋଗଦେଇ ଉପସ୍ଥିତ ମାତାପିତା ଓ ଗୁରୁଜନ ମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମକୁ ଗୁରୁମା କବିତା ତ୍ରିପାଠୀ, କୁଞ୍ଜଲତା ସେନାପତି, ଅର୍ଣ୍ଣପୂର୍ଣ୍ଣା ମହାନ୍ତି, ପର୍ଶୁରାମ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ବରିଷ୍ଠ ଧର୍ମ ପରାୟଣା ସ୍ନେହଲତା ମହାନ୍ତି ଶାରଦା ବିଦ୍ୟାମନ୍ଦିରର ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ବୟାଁବନାପୁର ଠାରେ ମାତୃପିତୃ ପୂଜନ ଉତ୍ସବକୁ ସରପଞ୍ଚ ପ୍ରଶାନ୍ତ ସାହୁ ଉଦଘାଟନ କରିଥିଲେ । ଶିକ୍ଷାବିତ ପବନ କୁମାର ନାୟକ ଓ ସୁଶାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନେକ ମାତାପିତା ଯୋଗଦେଇଥିବାବେଳେ ସେମାନଙ୍କ ସନ୍ତାନ ମାନେ ସେମାନଙ୍କୁ ପୂଜା କରିଥିଲେ । କାର୍ଯ୍ୟକ୍ରମକୁ ସୁଜାତା ପାଢୀ, ଅର୍ପିତା ନାୟକ, ବିଶ୍ୱପ୍ରଭା ପଲେଇ ପ୍ରମୁଖ ପରିଚାଳନା କରିଥିଲେ । ଛତାବର ଠାରେ ଆୟୋଜିତ ମାତୃପିତୃ ପୂଜନ ଉତ୍ସବକୁ ସରପଞ୍ଚ ବିଜୟ କୁମାର ସ୍ୱାଇଁ ଉଦଘାଟନ କରିଥିବାବେଳେ ଏଥିରେ ପ୍ରାକ୍ତନ ସରପଞ୍ଚ ବେଣୁଧର ସାହୁ, ବରିଷ୍ଠ ନାଗରିକ ଗୌରାଙ୍ଗ ନାୟକ, ବିଶ୍ୱମ୍ବର ଦାସ, ଗାୟକ ହରିହର ପହ୍ଲାର ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାକୁ ସ୍ୱେଦେଶ୍ନା ପାତ୍ର, ଅନିତା ବେହେରା, ଅଜୟ ରାଉତ ପରିଚାଳନା କରିଥିଲେ । ଅନୁରୂପ ଭାବେ ଧାମନଗର ଛକ ଠାରେ ଗୁରୁଜୀ ସୁଶାନ୍ତ ସେନାପତିଙ୍କ ସଂଯୋଜନାରେ ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ଯୋଗଦେଇ ଭାଲେଣ୍ଟାଇନ ଡେ ପରିବର୍ତ୍ତେ ଫେବୃଆରୀ ୧୪ତାରିଖ ଦିନ ମାତା ପିତାଙ୍କୁ ପୂଜା କରିବା ଉଚିତ ବୋଲି ମତ ଦେଇଥିଲେ । ଏଥିରେ ବିଦ୍ୟାର୍ଥୀମାନେ ସେମାନଙ୍କ ମାତାପିତାଙ୍କୁ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମକୁ ଗୁରୁଜୀ ଗଙ୍ଗାଧର ପଳତା, ପ୍ରଜ୍ଞା ବାରିକ, ଝୁନୁବାଳା ବିଶ୍ୱାଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ