ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଚାଷୀ ମୃତ, ୨ଘଣ୍ଟା ଧରି ରାସ୍ତାରୋକ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଠାରେ ବାଲି ବୋଝେଇ ଟ୍ରାକ୍ଟରର ବେପାରୁଆ ଗାଡି ଚାଳନା ନେଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ପୂର୍ବାହ୍ନ ସାଢେ ୯ଟାରେ ଗୋବା ଗାଁର ଚାଷୀ ସୋମନାଥ ସ୍ୱାଇଁ(୫୫) ପନିପରିବା ବିକ୍ରି କରି ସାଇକେଲରେ ଗ୍ରାମକୁ ଫେରୁଥିବା ବେଳେ ବଡମାଧପୁର ଗ୍ରାମ ଛକ ଠାରେ ଓଡି୦୭ଜେ-୭୫୩୯ ନମ୍ବର ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ଟ୍ରାକ୍ଟର ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ଚାଷୀ ସୋମନାଥଙ୍କ ମୃତ୍ୟୁ ହୋଇଥିଲା । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ ଓ ଗୋବା ଗାଁର ରୁଲୁ ସୁରଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ପକ୍ଷରୁ ୨ ଘଣ୍ଟା ଧରି ରାସ୍ତାରୋକ ହୋଇଥିଲା । ଘଟଣା ସ୍ଥଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଆଜି ୮୦ ହଜାର ଟଙ୍କା ଦିଆଯାଇଥିବା ବେଳେ ବାକି ଅର୍ଥକୁ ସୋମବାର ଦିନ ଦେବା ଲାଗି ସ୍ଥିର ହୋଇଥିଲା । ଏହାପରେ ଗ୍ରାମବାସୀ ରାସ୍ତାରୋକରୁ ଓହରିଥିଲେ । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ