୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବିରେ ରେଳରୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ୩ଟି କୃଷକ ବିରୋଧୀ କଳା ଆଇନ ଓ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଆସନ୍ତା ଗୁରୁବାର ଦିନ ୧୨ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପି ରେଳରୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହିକ୍ରମରେ କେନ୍ଦ୍ରାପଡା ଜିଲ୍ଲା ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ଦୁହୁରିଆସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ରେଳରୋକ କରାଯିବ ବୋଲି ସମନ୍ୱୟ ସମିତିର ଆବାହକ ଗୟାଧର ଧଳ ଜଣାଇଛନ୍ତି ।


