ଶ୍ରମିକମାନଙ୍କୁ କାମ ଯୋଗଇଦେବା ଦାବୀ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗୋପାଳପୁର ବନ୍ଦରର ସ୍କେଲ ସୁପରଭାଇଜର,କାଣ୍ଟା ଓ ଟ୍ରକ ଟାନ୍ସପୋର୍ଟ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ଦାବୀ ନେଇ ଚିଙ୍କାରା ବେହେରା,କେଶବ ନାହାକ ଓ ଲକ୍ଷ୍ମୀପୁର ସମିତିସଭ୍ୟ ଏନ୍ ଦୁର୍ଯ୍ୟଧନ ରେଡ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବୀ ଗୁଡିକ ତୁରନ୍ତ ପୂରଣ ନ ହେଲେ ମାର୍ଚ୍ଚ ୯ ତାରିଖରେ ଗୋପାଳପୁର ବନ୍ଦର ସମ୍ମୁଖରେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଏନ୍ କୃଷ୍ଣ ମୁର୍ତ୍ତି, ଅଜିତ୍ କୁମାର ରଥ, ଗୋବିନ୍ଦ ପ୍ରଧାନଙ୍କ ସମେତ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ ।


