ଭିଜିଲାନସ୍ ଜାଲରେ ଉଦ୍ଯାନ ବିଭାଗ କନିଷ୍ଠ ଅଧିକାରୀ

ବୁଗୁଡା,(ଅନିଲ କୁମାର ମହାରଣା): ଫେବୃୟାରୀ ୧୯ ତାରିଖ ଦିବା ୧୦ ଘଣ୍ଟା ସମୟରେ ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ଜଣେ ଚାଷୀ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ବଗିଚାରେ ବୁଗୁଡା ଉଦ୍ୟାନ ବିଭାଗ କନିଷ୍ଠ ଉଦ୍ୟାନ ଅଧିକାରୀ ଉମା ଚରଣ ବେହେରା ଚାଷୀ ଶ୍ରୀ ପାତ୍ରଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡ଼ି ଗିରଫ ହୋଇଥିବା ଜଣାପଡିଛି । ଚାଷୀମାନଙ୍କୁ ମିଳିଥିବା ସରକାରୀ ପ୍ରୋତ୍ସାହନ ରାଶିରେ ସିଙ୍ଗଲ ଲାଇନ୍ ଟ୍ରଲି ୧୨୫୦୦ ଟଙ୍କାରେ ନିର୍ମିତ କରିବା ପାଇଁ ପ୍ରତ୍ୟେକ ଚାଷୀଙ୍କ ଠାରୁ ୨୦୦୦ ଟଙ୍କା ଲେଖାଁଏ ୨୬ ହଜାର ଟଙ୍କା ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ଗ୍ରହଣ କରିବା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ଡ଼ି.ଏସ.ପି. ଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ କର୍ମଚାରୀ ବୃନ୍ଦ ଚଢ଼ାଉ କରି ଟଙ୍କା ଜବତ କରିବା ସହ କେମିକାଲ ପାଣିରେ ଶ୍ରୀ ବେହେରାଙ୍କ ହାତ ବୁଡାଇବା ପରେ ରଙ୍ଗିନୀ ହେବାଯୋଗୁଁ ଗିରଫ କରିଥିଲେ। ଏହାପରେ ଶ୍ରୀ ବେହେରାଙ୍କୁ ନେଇ ଭିଜିଲାନସ ଟିମ ଭଞ୍ଜନଗର ଲଣ୍ଡେଇସାହିର ନିଜ ଘରକୁ ନେଇ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ