ବୁରାତାଲ ଓ ତୁମ୍ବା ପଞ୍ଚାୟତ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ପାତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ବୁରାତାଲ ଓ ତୁମ୍ବା ପଞ୍ଚାୟତ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ଏବଂ ସ୍ୱତନ୍ତ୍ର ଧ୍ୟାନ  ପାଇଁ ଆଜି ଓଡଶାର ମହାମହୀମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେଙ୍କୁ ଭେଟି ଭାରତୀୟ ଜନତା ପାର୍ଟି ଚିକିଟି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ପଦକ୍ଷେପ , ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ଓ ବିଶେଷ ଦୃଷ୍ଟି ପ୍ରଦାନ କରି ୨ଟି ପଂଚାୟତର ୧୯ ଖଣ୍ଡ ଗ୍ରାମର ଭିତ୍ତିଭୂମି ବିକାଶ କରିବା ସହ ସମାଜର ଶେଷଧାଡିରେ ଥିବା ଏହି ବନବସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା , ଆମ ରାଜ୍ୟପ୍ରତି ଆସ୍ଥାଭାଜନ କରାଇ ଆନ୍ଧ୍ରର ଅପଚେଷ୍ଟାରୁ ସୀମାନ୍ତ ଭୂଖନ୍‌ଡକୁ ସୁରକ୍ଷା, ପ୍ରତ୍ୟେକ ଗ୍ରାମକୁ ଗମନା ଗମନ ପାଇଁ ସଡକ ପଥ ଓ ଗ୍ରାମ ଗୁଡିକର ପ୍ରତ୍ୟକ ପରିବାରକୁ ୨୪ ଘଣ୍ଟିଆ ସର୍ବଋତୁ କାଳୀନ ବିଦ୍ୟୁତ ବ୍ୟବସ୍ଥା କରିବା, ଶିଶୁ ମାନଙ୍କ ପାଇଁ ପ୍ରତ୍ୟକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ସମେତ ଆଧୁନିକ ଶିଶୁ ଶିକ୍ଷାର ବ୍ୟବସ୍ଥା କରିବା, ପ୍ରତ୍ୟେକ ଗ୍ରାମରେ ସ୍ୱତନ୍ତ୍ର ପ୍ରାଥମିକ ବିଦ୍ୟାଳୟ ଓ ଆନ୍ଧ୍ର ସରକାରଙ୍କ ସୁବିଧା ସୁଯୋଗକୁ ଟକ୍କର ଦେଲାଭଳି ଶିକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା, ସମସ୍ତ ଉପଯୁକ୍ତ ହିତାଧିକାରୀମାନଙ୍କୁ ଦୁର୍ଗମ ଅଂଚଳ ନିମନ୍ତେ ସ୍ୱତନ୍ତ୍ର ଭାବରେ ଯୋଜନା ଆକଳନର ପକ୍କାଘର ଯୋଗାଣ କରିବା ସହିତ ତିତିଲି କ୍ଷତିଗ୍ରସ୍ତଙ୍କୁ ଘୋଷଣା ଅନୁଯାୟୀ ବିଭିନ୍ନ ବିକାଶ ଓ ସୁବିଧା ସୁଯୋଗ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା, ପତ୍ୟେକ ଗ୍ରାମର ପ୍ରତିଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା, ୨୬ ବର୍ଷ ତଳେ ଓଡିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ହୋଇଥିବା କଳିଙ୍ଗଦୋଳା ଜଳଭଣ୍ଡାର ଚୁକ୍ତିନାମା ଅନୁଯାୟୀ ବିଭିନ୍ନ ବିକାଶ ଓ ସୁବିଧା ସୁଯୋଗ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଭଳି ବିଭିନ୍ନ ଦାବୀ ଉପରେ ଦର୍ଶାଯାଇଛି ଏହି ଦାବି ପତ୍ରରେ ।ଏହି ଦାବୀପତ୍ର ପ୍ରଦାନ ବେଳେ ଚିକିଟି ନିର୍ବାଚନ ମଣ୍ଡଳୀର ଯୁବନେତା ମନୋରଂଜନ ଦ୍ୟାନ ସାମନ୍ତରା, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରନ ପତି, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ମତ୍ସ୍ୟଜିବୀ ନେତା ଭୀମସେନ ବେହେରା, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ପୂର୍ବତନ ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢି, ଲକ୍ଷ୍ମୀନାରାୟଣ ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ଏନ୍ ରାଜେନ୍ଦ୍ର କୁମାର, ସିଦ୍ଧାର୍ଥ ଗଙ୍ଗଦେବ, ମଦନ ମୋହନ ପାତ୍ର , ସୁଶୀଳା ମଲ୍ଲିକ ଓ ପ୍ରଭାତ କିରଣ ଷଡଙ୍ଗୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।ସୂଚନା ଯୋଗ୍ୟ ଯେ ଆନ୍ଧ୍ର ସୀମାନ୍ତରେ ଥିବା ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳ କିଭଳି ସୁରକ୍ଷିତ ଏବଂ ଏହି ଅଂଚଳରେ ଅନୁପ୍ରବେଶ ଘଟଣାର ଅନୁଧ୍ୟାନ ପାଇଁ ଫେବୃୟାରୀ ୧୨ତାରିଖ ରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୬ ଜଣିଆ ପ୍ରତିନିଧି ଦଳ ପାତ୍ରପୁର ବ୍ଲକ ର ଆଦିବାସୀ ଅଧ୍ୟୁଷିତ ତୁମ୍ବା ଓ ବୁରାତାଲର ବିଭିନ୍ନ ଅଂଚଳ ଗସ୍ତ କରିଥିଲେ । ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଥିଲେ ଏବଂ ତୃଣମୂଳ ସ୍ତରରେ ସମୟରେ ସେମାନଙ୍କ ଜୀବନ ଯାତ୍ରା ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ